କଶ୍ମୀର ଘାଟିରେ ଏନ୍ କାଉଣ୍ଟର, ୨ ସହିଦ, ୨ ନିହତ

ମଙ୍ଗଳବାର ସେନା ଓ ଆତଙ୍କବାଦୀ ମଧ୍ୟରେ ଘମାଘୋଟ ଏନକାଉଣ୍ଟହୋଇଛି । ଏନ୍ କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ଜବାନ ସହିଦ ହୋଇଛନ୍ତି । ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମାନଙ୍କ ମଧ୍ୟରେ ଏହା ଦ୍ୱିତୀୟ ବଡ ଏନକାଉଣ୍ଟର ବୋଲି କୁହାଯାଉଛି । ସୁରକ୍ଷା ବାହିନୀର ଜଣେ ସେନା ସମେତ ଜାମ୍ମୁ-କାଶ୍ମୀରର ଜଣେ ସ୍ପେଶାଲ ପୋଲିସ ଅଫିସର ସହିଦ ହୋଇଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ଅଓ୍ଵନ୍ତିପୋରାର ଜାଣ୍ଡ ଗ୍ରାମରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସେନା ସୁରକ୍ଷା ବାହିନୀ ଓ ଜମ୍ମୁ- କଶ୍ମୀର ପୁଲିସ୍ ପକ୍ଷରୁ ମିଳିତ ଭାବେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରୀ ରହିଥିଲା । ଲୁଚି ରହିଥିବା ଆତଙ୍କବାଦୀ ମାନେ ପ୍ରଥମେ ଗୁଳି ଚାଳନା ସେନା ଉପରକୁ କରିଥିଲେ ଏହାର କଡା ଯବାବ ସୁରକ୍ଷାବାହିନୀ ପକ୍ଷରୁ ଦିଆଯାଇଥିଲା । ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୨ ଜଣ ସୁରକ୍ଷା ବାହିନୀ ସହିଦ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ