ସୋରଡ଼ ହତ୍ୟା ଉଦ୍ୟମ ଘଟଣା, ଆକ୍ରମଣକାରୀ ଗିରଫ

ବୁଗୁଡା – ବୁଗୁଡା ଥାନା,ବାଲିପଦର ଫାଣ୍ଡି ଅନ୍ତର୍ଗତ ସୋରଡ଼ ଗ୍ରାମରେ ୨୦ ତାରିଖରେ ଘଟିଥିବା ମରଣାତ୍ମକ ଆକ୍ରମଣ କରିଥିବା ଆସମୀକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ।ଘଟଣାରୁ ଜଣାପଡିଛି ଯେ ଗତ ୨୦୧୮ ମସିହା ମଇ ୨୪ ତାରିଖରେ ସୋରଡ଼ ଗ୍ରାମର ସରୋଜ ପ୍ରଧାନଙ୍କୁ ସେହି ଗ୍ରାମର ରଞ୍ଜିତ ପରିଡା ଓ କୃଷ୍ଣ ସେଠୀଙ୍କ ସମେତ ଚାରିଜଣ ମରଣାତ୍ମକ ଆକ୍ରମଣ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସରୋଜଙ୍କ ମୃତ୍ୟୁ ଘଟିଥିଲା।ସେହି ଘଟଣାରେ ପୋଲିସ ରଞ୍ଜିତ ଓ କୃଷ୍ଣ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । କିଛିଦିନ ପରେ ରଞ୍ଜିତ ପରିଡ଼ା ଜାମିନରେ ଆସି ଦାଦନ ଖଟିବାକୁ ଅନ୍ୟତ୍ର ଚାଲି ଯାଇଥିଲେ । ଘଟଣା ଘଟିବାର ତିନି ଦିନ ପୂର୍ବରୁ ରଞ୍ଜିତ ଗ୍ରାମକୁ ଫେରିଥିଲା । ଭାଇ ସରୋଜଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ମନୋଜ କୁମାର ପ୍ରଧାନ ମନସ୍ଥ କରି ଗତ ୨୦ ତାରିଖ ସନ୍ଧ୍ୟାରେ ଏକ ଖଣ୍ଡା ଦ୍ୱାରା ରଞ୍ଜିତ ପରିଡାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ରଞ୍ଜିତର ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା।ପ୍ରଥମେ ରଞ୍ଜିତଙ୍କୁ ଭଞ୍ଜନଗର ମେଡିକାଲରେ ଚକିତ୍ସା କରି ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବୁଗୁଡା ଥାନା କେଶ ନମ୍ବର ୧୮/୨୦୨୦ ପ୍ରକାରେ ଏକ ମାମଲା ରୁଜୁ ହେବା ସହ ଆସାମୀ ମନୋଜ କୁମାର ପ୍ରଧାନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ