୨୦୨୨ରେ ରିଲିଜ୍ ହେବ କ୍ୟାପ୍ଟେନ୍ ମାର୍ଭେଲ୍ର ସିକ୍ବେଲ୍
ମୁମ୍ବାଇ : ହଲିଉଡର ଅନ୍ୟତମ ସୁପରହିଟ୍ ଏବଂ ହାଇଏଷ୍ଟ ଗ୍ରସିଙ୍ଗ ଫିଲ୍ମ କ୍ୟାପ୍ଟେନ୍ ମାର୍ଭେଲ୍ର ସିକ୍ବେଲ ରିଲିଜ୍ ନେଇ ଘୋଷଣା କରାଯାଇଛି । ଏହି ଫିଲ୍ମ ପାଇଁ ପ୍ରଥମ ଥର ଡିଜ୍ନୀ ଏବଂ ମାର୍ଭେଲ୍ ଏକାଠି କାମ କରିବାକୁ ଯାଉଛନ୍ତି । କ୍ୟାପ୍ଟେନ୍ ମାର୍ଭେଲ୍ ୨୦୨୨ରେ ରିଲିଜ୍ ନେଇ ଡିଜ୍ନୀ ପକ୍ଷରୁ ଘୋଷଣା କରାଯାଇଛି । ଏହି ଫିଲ୍ମ ବ୍ୟତିତ ୨୦୨୨ରେ ବ୍ଲାକ୍ ଓ୍ବିଡୋ, ଦ ଏଟରନାଲ୍ସ ଏବଂ ଥର୍ର ତୃତୀୟ ଭାଗ ରିଲିଜ୍ ହେବାକୁ ଯାଉଛି । ବ୍ରିଏ ଲାର୍ସନ୍ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ ଓ୍ବାଣ୍ଡା ଭିଜନ୍ ସିରିଜ୍ର କାହାଣୀ ଲେଖକ ମେଗାନ୍ ମ୍ୟାକ୍ଡୋନେଲ୍ ଏହି ଭାଗର କାହାଣୀ ଲେଖିଛନ୍ତି । ଏହି ଫିଲ୍ମରେ ମୋନିକା ରାମବ୍ୟୁ ବ୍ରିଏ ଲାର୍ସନଙ୍କ ଛୋଟ ବେଳର ଚରିତ୍ରରେ ନଜର ଆସିବେ ।


