ଜିଲ୍ଲା ଛାତ୍ର ବିଜେଡିର ସଭାପତି ହେଲେ ଅମରେନ୍ଦ୍ର
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲା ବିଜେଡ଼ିର ମିଡ଼ିଆ ସେଲ ସଂଯୋଜକ ଭାବେ ଦାୟିତ୍ବ ତୁଲାଉ ଥିବା ଅମରେନ୍ଦ୍ର ଧଳଙ୍କୁ ମିଳିଛି ବଡ ଦାୟିତ୍ୱ। ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଅମରେନ୍ଦ୍ର ଧଳଙ୍କୁ କେନ୍ଦୁଝର ଜିଲ୍ଲା ଛାତ୍ର ବିଜେଡର ସଭାପତି ଭାବେ ନିଯୁକ୍ତ ଦେଇଛନ୍ତି। ଅମରେନ୍ଦ୍ର ବିପିୟୁଟିର ଉପସଭାପତି ଭାବେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୭ ଠାରୁ ୨୦୨୨ ପର୍ଯ୍ୟନ୍ତ ନିଜ ପଞ୍ଚାୟତର ସରପଞ୍ଚ, ୨୦୧୫ ରୁ ୨୦୨୪ ୨୪ ପର୍ଯ୍ୟନ୍ତ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ, ୨୦୨୫ରେ ରାଜ୍ୟ ଛାତ୍ର ବିଜେଡିର ଉପସଭାପତି ଭାବେ କାର୍ଯ୍ୟ କରିଥିଲେ। ଆଗାମୀ ଦିନରେ ଜିଲ୍ଲା ଛାତ୍ର ସଂଗଠନକୁ ଅଧୂକରୁ ଅଧୂକ ଶକ୍ତିଶାଳୀ କରିବା ଏବଂ ସମସ୍ତ କାର୍ଯ୍ୟକ୍ରମକୁ ସଠିକ ଭାବେ ସମ୍ପାଦନ କରିବେ ବୋଲି ସେ କହିଛନ୍ତି। ତାଙ୍କୁ ଏହି ଦାୟିତ୍ୱ ମିଳିବା ପରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଦୀପ୍ତି ରଞ୍ଜନ ଦାସ, ବୀରେନ୍ଦ୍ର କୁମାର ବିଶ୍ୱାଳ, ସୁଧାଂଶୁ ରାଉତ, ଗୌରାଙ୍ଗ ରଣା, ଙ୍କ ସମେତ ଅନେକ ବିଜେଡି ନେତା ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।


