ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା; ଆଉ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

କଟକ, (ଓ୍ବାଇଏନଏସ): ବାଲିଅନ୍ତା ସୌମ୍ୟକୁ ପିଟି ପିଟି ହତ୍ୟା ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଜଣକ ହେଲା ବିଭୂତି ଭୂଷଣ ପରିଡ଼ା । ତାକୁ କଟକ ବିଡାନାସୀ ଅଞ୍ଚଳରୁ ଗିରଫ କରାଯାଇଛି । ସୌମ୍ୟକୁ ଟ୍ରକ୍‌କୁ ନେବା ବେଳେ ସେ ଗୋଇଠା ମାଡ଼ କରିଥିଲା । କ୍ରାଇମବ୍ରାଞ୍ଚ କବଜାରେ ନ ଆସିବ ଲାଗି ବହୁ ଦିନ ଧରି ସେ ଲୁଚକାଳି ଖେଳୁଥିଲା । ତେବେ କ୍ରାଇମବ୍ରାଞ୍ଚ ତାକୁ ଗିରଫ କରି ଆଜି କୋଟି ଚାଲାଣ କରୁଛନ୍ତି । ଏପର୍ଯ୍ୟନ୍ତ କ୍ରାଇମ ବେଞ୍ଚ କବଜାରେ ମୋଟ ୧୯ ଅଭିଯୁକ୍ତ ଗିରଫ ହେଉଛନ୍ତି । ସୂଚନାଯୋଗ୍ୟ ଯେ ସୌମ୍ୟକୁ ପିଟି ପିଟି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ଏବେ ବି କିଛି ଅପରାଧୀ ଫେରାର ଅଛନ୍ତି । ନିକଟରେ ସୌମ୍ୟ ମାମଲାରେ ବଡ଼ ପ୍ରମାଣ ମିଳିବା ପରେ ଜନେ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ରାଜ୍ୟ ସରକାର ସସ୍‌ପେଣ୍ଡ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ