ଗଛରୁ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

କଟକ (ଓ୍ବାଇଏନଏସ): କଟକ ଜଗତପୁର ଟ୍ରକ୍ ଟର୍ମିନାଲ ନଦୀ ବନ୍ଦ କାଳୀ ମନ୍ଦିର ନିକଟରେ ମଙ୍ଗଳାବାଗ ବଢ଼େଇ ସାହିର ସୁବାସ ନାଏକ (୩୦) ଗତକାଲି ରାତିରେ ବେକରେ ଗାମୁଛା ବାନ୍ଧି ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ପରିବାର ଲୋକଙ୍କ କହିବା ଅନୁସାରେ ସୁବାସ ସବୁଦିନ ଭଳି କଟକ ଏସସିବି ମେଡିକାଲରେ ପରିତୋଷ ନାମକ ଏକ ଠିକା ସଂସ୍ଥାରେ କାମ କରୁଥିଲେ। ଗତକାଲି ସନ୍ଧ୍ୟାରେ କାମରୁ ଘରକୁ ଫେରିଥିଲେ, ଘରେ କୌଣସି କାରଣରୁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ପରେ ସେ ଘରୁ ରାଗି କରି ଜଗତପୁର ସ୍ଥିତ ଝାଡ଼ୁ ବସ୍ତିରେ ଥିବା ତାଙ୍କର ପିଉସୀ ଝିଅ ଭଉଣୀ ଘରକୁ ମାଂସ ଧରି ଆସିଥିଲେ। ଏବଂ ଭଉଣୀଙ୍କୁ କହିଥିଲେ ଯେ ତୁମେ ମାଂସ ରାନ୍ଧ ମୁଁ ଆସୁଛି ଖାଇବା । କିନ୍ତୁ ସେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଆଉ ଭଉଣୀ ଘରକୁ ଫେରିନଥିଲେ। ସେପଟେ ଆଜି ସକାଳେ ସେ ଜଗତପୁର ଟ୍ରକ୍ ଟର୍ମିନାଲ ନିକଟରେ ଏକ ଗଛରେ ତାଙ୍କ ବେକରେ ଗାମୁଛା ବାନ୍ଧି ଫାଶୀ ଦେଇ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ତାଙ୍କର ଦୁଇ ନାବାଳକ ପୁଅ ମଧ୍ୟ ଅଛନ୍ତି ଜଣଙ୍କର ବୟସ ୧୬ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୯ ବର୍ଷ ବୋଲି ଜଣାପଡ଼ିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହାର କାରଣ ସ୍ପଷ୍ଟ ହୋଇ ନାହିଁ। ଘଟଣାସ୍ଥଳରେ ଜଗତପୁର ପୋଲିସ, ସାଇଣ୍ଟିଫିକ୍ ଟିମ୍ ଓ ଜୋନ୍-୧ ଏସିପି ଅରୁଣ ସ୍ବାଇଁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ