ଚିତ୍ରକଳା ବିଦ୍ୟାଳୟରେ କ୍ୟାଲେଣ୍ଡର ଉନ୍ମୋଚନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି କୋର୍ଟ କଲୋନୀରେ ଥିବା ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଆଇନଜୀବି କୁରେଶୁୁ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଦ୍ୟାଳୟର ଅଭାବ ଅସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବିଦ୍ୟାଳୟର ଅନ୍ୟତମ ଉଦ୍ୟୋକ୍ତା ତଥା ଅବସରପ୍ରାପ୍ତ ଶିକ୍ଷକ ରାମାନୁଜ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ଉପସ୍ଥିତ ଛାତ୍ରୀ ଛାତ୍ର ଙ୍କୁ ଉଦବୋଧନ ଦେଇ ବିଭିନ୍ନ ନୀତିବାଣୀ ଜରିଆରେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ।ଦିଗପହଣ୍ଡି ପ୍ରେସ କ୍ଳବ୍ ସଭାପତି ତଥା ଆଇନଜୀବି ଅଶେଷ ନାଥ ମିଶ୍ର, ଛଣମେରି ଗ୍ରାମ ହାଇସ୍କୁଲ ର ଆର୍ଟ ଶିକ୍ଷକ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ଅମର ନାୟକ,ଅଧ୍ୟାପିକା କଳ୍ପନା ପୁରୋହିତ, ଆର୍ଟ ଶିକ୍ଷକ ପ୍ରଭାତ ପାଢ଼ୀ, ଚିତ୍ରଶିଳ୍ପୀ ସୁଶିଲ କୁମାର ନାୟକ, ସୁରେନ୍ଦ୍ର ନାଥ ମାର୍ଥା ପ୍ରମୁଖ ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ।ବିଦ୍ୟାଳୟ ପକ୍ଷରୁ ମୁଦ୍ରିତ ନୂଆବର୍ଷ କ୍ୟାଲେଣ୍ଡର କୁ ଅତିଥିବୃନ୍ଦ ଉନ୍ମୋଚନ କରିଥିଲେ।ସମସ୍ତ ଛାତ୍ର ଛାତ୍ର ମାନଙ୍କୁ କ୍ୟାଲେଣ୍ଡର ବଣ୍ଟନ କରାଯାଇଥିଲା।


