ଭଙ୍ଗା ମଦବୋତଲ ଆକ୍ରମଣରେ ଯୁବକ ମୃତ୍ୟୁ:ଦୁଇ ଅଭିଯୁକ୍ତ ଗିରଫ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):-ନୂଆବର୍ଷ ଆରମ୍ଭ ରୁ ପୁରୀ ଜିଲ୍ଲା କାକଟପୁର ଥାନା ଅଂଚଳରେ ଅଘଟଣ।ନୂଆ ବର୍ଷ ଥିବାରୁ ସାଙ୍ଗ ମାନଙ୍କ ସହ ବଣ ଭୋଜି କରିବାକୁ ଯାଇଥିବା ବେଳେ ନିଶା ଶକ୍ତ ଯୁବକ ମାନଙ୍କ ଦ୍ୱାରା ବଣଭୋଜି ସ୍ଥାନରେ ୨ଗୋଷ୍ଠୀମଧ୍ୟରେ ଗଣ୍ଡଗୋଳ ହେତୁ ଉତ୍ୟକ୍ତ ଯୁବକ ଭଙ୍ଗା ବିୟର ବୋତଲରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।ଶେଷରେ ମୃତ୍ୟୁ ସହ ସଂଗ୍ରାମ କରି ଆଖି ବୁଝିଲେ ମୁରୁଡ଼ା ଗ୍ରାମର ପିଣ୍ଟୁ ରାଉତ। ଖବର ମୁତାବକ,ନୂଆ ବର୍ଷରେ ବଦଳିଛି କାନ୍ଥ ର କ୍ୟାଲେଣ୍ଡର।କିନ୍ତୁ ଏହି ନୂଆ ବର୍ଷକୁ ଉତ୍ସାହ ସହିତ ପାଳନ କରିବାକୁ ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ରାମେଶ୍ୱର ଜଙ୍ଗଲ ପରିସରରେ ସୋରଭା ପଂଚାୟତ ମୁରୁଡ଼ା ଗ୍ରାମର ପିଣ୍ଟୁ ରାଉତ(୩୦) ଙ୍କ ନିର୍ଭନ୍ଦ ସରିଥିବାରୁ ସାଙ୍ଗ ସାଥି ମାନଙ୍କ ସହିତ ବଣ ଭୋଜି କରିବାକୁ ନୂଆ ବର୍ଷ ଅବସରରେ ଭୋଜି ଚାଲିଥିବା ସମୟରେ ମଦ୍ୟପାନ କରି ଉପସ୍ଥିତ ଦୁଇ ଗୋଷ୍ଟି ଙ୍କ ମଧ୍ୟରେ ପାଟି ତୁଣ୍ଡ, ବଚସା ହୋଇଥିଲା।ପରେ ଏହି ବଚସା କାରଣ ରୁ ଉଭୟ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଖିରୋଦ ନାୟକ, ସୂର୍ଯ୍ୟକାନ୍ତ ମିଶ୍ର ମଦ ବୋତଲ ରେ ପିଣ୍ଟୁ ଙ୍କ ମୁଣ୍ଡ କୁ ଆଘାତ କରିଥିଲେ। ପରେ ଭଙ୍ଗା ବୋତଲ ରେ ତଣ୍ଟି କୁ ଆକ୍ରମଣ କରିଥିଲେ। ପିଣ୍ଟୁ ଓ ତାଙ୍କ ସାଙ୍ଗ ମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସାଧୀନ ଡକ୍ଟର ସ୍ଥାନାନ୍ତର କରିଥିଲେ। ପରିବାର ଲୋକେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ କୁ ନେଇଥିଲେ। କିନ୍ତୁ ପିଣ୍ଟୁ ରାଉତ ଗୁରୁତର ଆଘାତ ହୋଇଥିବାରୁ ମୃତ୍ୟୁ ସହ ସଂଗ୍ରାମ କରି ଶୁକ୍ରବାର ମଧ୍ୟାହ୍ନ ରେ ଆଖି ବୁଝିଥିଲେ। ଅନ୍ୟପଟେ ଏହି ଘଟଣା ରେ ଗୁରୁବାର ରାତିରେ ନୟାହାଟ ଅଞ୍ଚଳରୁ ୨ଜଣ ଯୁବକ ଙ୍କୁ ଗିରଫ କରିଛି କାକଟପୁର ପୋଲିସ। ସେମାନେ ହେଲେ ଧୂମାଳ ଗ୍ରାମର ସୂର୍ଯ୍ୟକାନ୍ତ ମିଶ୍ର ସିଙ୍ଗପାନିଆ ଗ୍ରାମର ଖିରୋଦ ନାୟକ। କିନ୍ତୁ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ କିଛି ଦିନ ତଳେ ପୁରୀ ଏସ୍ପି ବିଭିନ୍ନ ଥାନାକୁ ନିର୍ଦ୍ଧେଶ ଦେଇଥିଲେ ବଣ ଭୋଜି କିମ୍ବା ପିକନିକ ସ୍ପଷ୍ଟ ରେ ପାଟ୍ରୋଲିଂ କରିବାକୁ। କିନ୍ତୁ କାକଟପୁର ପୋଲିସ ଅବହେଳା ସହ ପାଟ୍ରୋଲିଂ ହେଉନଥିବାରୁ ଏଭଳି ଗଣ୍ଡଗୋଳ ଶେଷରେ ନୂଆବର୍ଷ ହୋଇଗଲା ଶେଷ ଦିନ। ଏ ନେଇ ପିଣ୍ଟୁ ରାଉତ ଙ୍କ ମାଆ ସ୍ବର୍ଣ୍ଣଲତା ରାଉତ କାକଟପୁର ଥାନାରେ ଲିଖିତ ଅଭିଯୋଗ ଦେବା ପରେ କାକଟପୁର ଥାନା କେଶ ନମ୍ବର ୧/୨୬ରେ ମାମଲା ରୁଜୁ କରି ତଦନ୍ତ କରୁଛି। ଏ ନେଇ ଦୁଇ ଅଭିଯୁକ୍ତ ଖିରୋଦ ନାୟକ ଓ ସୂର୍ଯ୍ୟକାନ୍ତ ମିଶ୍ର ଙ୍କୁ ଶୁକ୍ରବାର ସନ୍ଧ୍ୟା ରେ ଅଦାଲତ ଚାଲାଣ ହୋଇଥିବା ବେଳେ ଜାମିନ ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ କୁ ପଠାଯାଇଛି।ଯଦି ପାଟ୍ରୋଲିଂ ହୋଇଥାନ୍ତା ଏଭଳି ଘଟଣା ଘଟିନଥାନ୍ତା।ଏହା ସହ କାକଟପୁର ଥାନା ପୋଲିସ ଉପରେ ସାଧାରଣ ଜନତା ଙ୍କ ବିଶ୍ୱାସ ତୁଟିଲାଣି।ଅନ୍ୟ ପଟେ ମୃତ ଯୁବକ ଙ୍କ ମୃତ ଦେହ କୁ ନୟାହାଟ ଫାଣ୍ଡି ସାମ୍ନାରେ ରଖି ଶୁକ୍ରବାର ସନ୍ଧ୍ୟା ରେ ରାସ୍ତା ରୋକ କରିଥିଲେ ସାଧାରଣ ଜନତା। ପରିବାର କୁ ଉପଯୁକ୍ତ ନ୍ୟାୟ ଦାବୀ ରେ ରାସ୍ତା ରୋକ କରିଥିଲେ ସାଧାରଣ ଜନତା।


