୧୦୮ ହନୁମାନ ଚାଳିଶା ଗାନ

ଛତ୍ରପୁର, ୧୩/୧୨: ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଶନିବାର ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ, ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢ଼ୀ ଙ୍କ ତତ୍ୱବଧାନା ୧୦୮ ହନୁମାନ ଚାଳିଶା ଅନୁଷ୍ଠିତ ହୋଇଥିଲା । ରାମନାମରେ ପ୍ରକମ୍ପିତ ହୋଇଥିଲା କାର୍ଯ୍ୟାଳୟ।  ପୂଜକ ଶଙ୍କର ମୁନୀ ଓ ଆଇନଜୀବୀ ଡ଼ଃ ପ୍ରଶାନ୍ତ କୁମାର ଶତପଥି  ଙ୍କ ଦ୍ୱାରା ବିଭିନ୍ନ ପୂଜା ଓ ହୋମ କାର୍ଯ୍ୟ ସମ୍ପର୍ଣ ହୋଇଥିଲା। ଆଇନଜୀବି ପଦ୍ମ ଚରଣ ସାହୁ, ସୁରେନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ସାହୁ, ସୁରେଶ ପଣ୍ଡା, ମୋହନ ରେଡ୍ଡୀ, କେଶବ ନାୟକ, ମନୋଜ କୁମାର ବେହେରା ଗଙ୍ଗାଧର ପଣ୍ଡା, ଡମି ନାଥ ସାହୁ ଓ ପ୍ରଦୀପ ପାତ୍ର  ଙ୍କ ସମେତ ସମସ୍ତ ବହୁ ଆଇନଜୀବୀ  ଉପସ୍ଥିତ ରହି ୧୦୮ ଚାଳିଶା ଗାନ କରିଥିଲେ । ପରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ