ଓଷ୍ଟାର ଛତ୍ରପୁର ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

ଛତ୍ରପୁର, (ଓ୍ବାଇଏନଏସ): ଓଡିଶା ମାଧ୍ୟମିକ ଶିକ୍ଷକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା )ର ଛତ୍ରପୁର ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଟାଙ୍ଗଣା ପଲ୍ଲୀ ହରଗୌରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି l ଏହି ଉତ୍ସବକୁ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ରାଜ୍ୟ ଅଧ୍ୟକ୍ଷ ତଥା ଓଷ୍ଟା ଗଞ୍ଜାମର ପ୍ରାକ୍ତନ ସମ୍ପାଦକ କାମରାଜୂ ମହାରଣା ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରି ଓଷ୍ଟାର ଶିଶୁ ମେଳା ଇତିହାସ ବର୍ଣନା କରିଥିଲେ l ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ବି. ସୁଦାମ ଯୋଗଦେଇ ଓଷ୍ଟାର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ପଟ୍ଟନାୟକଙ୍କ ସଭାପତିତ୍ୱରେ ପରିଚାଳିତ ସଭାରେ ଶ୍ରୀ ନୀଳାକାଣ୍ଠେଶ୍ଵର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀ, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ନର୍ମଦା ଦେବି,ସମିତି ସଭ୍ୟ ପ୍ରତିନିଧି ଅମରେଶ୍ଵର ସାହୁ, ବିଧାୟକ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l ବ୍ଲକର ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକକ ଅବଭିନୟ, କଣ୍ଠ ସଂଗୀତ, ଜିକେ, କୁଇଜ, ଗଳ୍ପ ଲିଖନ,କବିତା ରଚନା ପ୍ରଭୃତି ବିଷୟ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପୁରସ୍କାର ବିତରଣ ଉତ୍ସବରେ ଅନ୍ୟତମ ଅତିଥି ରୂପେ ଓଷ୍ଟାର ଜିଲ୍ଲା ପ୍ରତିନିଧି ରାମ ଚନ୍ଦ୍ର ପୋଲାଈ,ଜିଲ୍ଲା ଯୁଗ୍ମ ସମ୍ପାଦକ ସୁଧୀର ସେଠି,ପୂର୍ଵତନ ଯୁଗ୍ମ ସମ୍ପାଦକ କୈଳାଶ ବେହେରା ଓ କୋରେଶ ଚନ୍ଦ୍ର ଶତପଥୀ, ଭୀମସେନ ଗୌଡ଼ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ବ୍ଲକ ସମ୍ପାଦକ ଧୀରେନ୍ଦ୍ର ନାଥ ସଭାପତି ବିବରଣୀ ସହ ମଞ୍ଚ ସଂଯୋଜନା କରିଥିଲେ l ଶିକ୍ଷକ ଶିକ୍ଷୟିତ୍ରୀ ସାଗରୀକା ପାଢ଼ୀ, ନିରୁପମା ମିଶ୍ର,ପ୍ରଭାସିନୀ ସାହୁ,ଶୁଭ୍ରଚଳା ବକ୍ସି,ଜି.ବିଜୟାଲଷ୍ମୀ,ଜୟଶ୍ରୀ ଦୋରା, ସସ୍ମିତା ବେହେରା, ଯମୁନା ରେଡ଼ି, ସୁଧାକର ବଳି, ଅଭିରାମ ସାହୁ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ l କାଳୁ ନାହାକ, ମାୟା ସାହୁ ପ୍ରମୁଖ ସହଯୋଗ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ