ଜଗଦଳପୁର ହାଇସ୍କୁଲ ପକ୍ଷରୁ ଶିଶୁକନ୍ୟା ଦିବସ ପାଳିତ

ଆସିକା (ୱାଇଏନ୍‍ଏସ୍‍) : ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ ପକ୍ଷରୁ ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଯୋଗଦେଇ ଜାତୀୟ ଶିଶୁକନ୍ୟା ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଶିଶୁକନ୍ୟାଙ୍କୁ ସ୍କୁଲ ଶିକ୍ଷାରୁ ବଂଚିତ ନକରିବା, ଉଚ୍ଚଶିକ୍ଷା ନିମନ୍ତେ ସୁଯୋଗ ଦେବା, ସମାଜରେ ଶିଶୁକନ୍ୟାର ପ୍ରୟୋଜନତା ଓ ସାମାଜିକ ମାନସିକତା, କନ୍ୟା ସନ୍ତାନର ମୂଲ୍ୟ, ଅଧିକାର, ମର୍ଯ୍ୟଦା, ସମ୍ମାନ ଓ ସଶକ୍ତିକରଣ ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରିବା ସାଙ୍ଗକୁ ସରକାର କାର୍ଯ୍ୟକାରୀ କରିଥିବା ବେଟି ବଚାଓ ବେଟି ପଢାଓ ଅଭିଯାନକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିବା ଦେଖିବାକୁ ମିଳିଥିଲା । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାରେ ଅନୁଷ୍ଠିତ ଏହି ଜାତୀୟ ଶିଶୁକନ୍ୟା ଦିବସ ପାଳନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ସୁଶିଲ୍‍ ମୋହନ ପାତ୍ର, ସୁନିତା ପରିଚ୍ଛା, ଇଶ୍ୱରୀ ମହାପାତ୍ର, ସନ୍ଧ୍ୟାରାଣୀ ବେହେରା, ମନ୍ଦାକିନୀ ପ୍ରଧାନ, ଆଶାଲତା ପ୍ରଧାନ, ଜି.ଆନନ୍ଦ ପାତ୍ର, ରୁଦ୍ର ପ୍ରସାଦ ସେଠୀ ପ୍ରମୁଖ ଯୋଗଦେଇ ଜାତୀୟ ଶିଶୁକନ୍ୟା ଦିବସ ପାଳନ ଅବସରରେ ନିଜ ନିଜର ବକ୍ତବ୍ୟ ରଖିଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର କର୍ମଚାରୀ ନୀଳମାଧବ ସ୍ୱାଇଁ ଓ ପ୍ରଶାନ୍ତ କୁମାର ମୁନି ସକ୍ରିୟ ସହଯୋଗ କରିଥିଲେ । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପକ୍ଷରୁ ଅନୁଷ୍ଠିତ ଜାତୀୟ ଶିଶୁକନ୍ୟା ଦିବସ ପାଳନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ବହୁ ଛାତ୍ରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ