ଆସିକାର ପୁଡୁଗେଶ୍ୱର ମହାଦେବଙ୍କ ପୀଠରେ ୧ଲକ୍ଷ ୮ଦୀପ ପ୍ରଜ୍ଜ୍ବଳନ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) : ଭଗବାନ ଶିବ ହେଉଛନ୍ତି କାଳର ଦେବତା, ଦେବାଧିଦେବ ମହାଦେବ। ଇଶ୍ୱର, ଶିବ, ଶଙ୍କର, ପାର୍ବତୀ ପତି, ଗଣପତି, କାର୍ତ୍ତିକ ପିତା ଆଦି କେତେ ଯେ ନାମରେ ତାଙ୍କୁ ପୂଜନ୍ତି ଶ୍ରଦ୍ଧାଳୁ। ବେଲପତ୍ର, ଗଙ୍ଗାଜଳ, କ୍ଷୀରରେ ଭକ୍ତ କରନ୍ତି ତାଙ୍କୁ ପୂଜାର୍ଚ୍ଚନା। ସେ ପରମାତ୍ମା, ଶ୍ମଶାନ ବାସୀ। ଜାଗର ବା ମହାଶିବରାତ୍ରୀରେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କଲେ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ପବିତ୍ର ମହା ଶିବରାତ୍ରୀ ଅବସରରେ ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମପଞ୍ଚାୟତର ପୁଡୁଗେଶ୍ୱରପଲ୍ଲୀ ଗ୍ରାମରେ ପୂଜା ପାଇ ଆସୁଥିବା ଶ୍ରୀ ଶ୍ରୀ ପୁଡୁଗେଶ୍ୱର ମହାଦେବଙ୍କ ପୀଠରେ ରବିବାର ରାତ୍ରରେ ୧ଲକ୍ଷ ୮ଦୀପ ଦାନ କାର୍ଯ୍ୟକ୍ରମ ସାଙ୍ଗକୁ ବିଶ୍ୱଶାନ୍ତି ରୁଦ୍ରଯଜ୍ଞ, ଘୃତଯଜ୍ଞ, ନାମଯଜ୍ଞ, ମହାଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁଯାୟୀ ସଂପନ୍ନ ହୋଇଯାଇଛି । ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମପଞ୍ଚାୟତର ପୁଡୁଗେଶ୍ୱରପଲ୍ଲୀ ଗ୍ରାମର ଆଧ୍ୟାତ୍ମିକ ପ୍ରେମୀ, ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ମନ୍ଦିର ପରିସରରେ ଅନୁଷ୍ଠିତ ବିଶ୍ୱଶାନ୍ତି ରୁଦ୍ରଯଜ୍ଞ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଭକ୍ତ ତଥା ଆଧ୍ୟାତ୍ମିକପ୍ରେମୀ ସୋମନାଥ ନାହାକ ଓ ତାଙ୍କ ପତ୍ନୀ ସୁପ୍ରଭା ନାହାକ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିବା ଦେଖିବାକୁ ମିଳିଥିଲା । ପୁଡୁଗେଶ୍ୱରପଲ୍ଲୀ ଗ୍ରାମରେ ପୂଜା ପାଇ ଆସୁଥିବା ଶ୍ରୀ ଶ୍ରୀ ପୁଡୁଗେଶ୍ୱର ମହାଦେବଙ୍କ ପୀଠରେ ଶ୍ରଦ୍ଧାଳୁ ଭକ୍ତମାନେ ଆଗ୍ରହ, ଉତ୍ସାହ, ଉଦ୍ଦୀପନା ଓ ଭକ୍ତି ସହକାରେ ଶିବରାତ୍ରୀ ପାଳନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଦେବ ଦେବ ମହାଦେବଙ୍କ ପୀଠରେ ଦୀପ ଜାଳି ଉପବାସ ସହିତ ଜାଗର ରହିଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଲୋକ କଥା ପ୍ରଚଳିତ ଥିବାରୁ ଶ୍ରଦ୍ଧାଳୁମାନେ ପ୍ରଭୁ ପୁଡୁଗେଶ୍ୱରଙ୍କ ପୀଠରେ ଆରାଧନାରେ ନିମଗ୍ନ ରହିଥିବା ବେଳେ ମଧ୍ୟ ରାତ୍ରରେ ମହାଦୀପ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକ ପ୍ରେମୀ ନିଗମାନନ୍ଦ ମହାନ୍ତି, ଗ୍ରାମ୍ୟ କମିଟି ସଭାପତି ସୂର୍ଯ୍ୟନାରାୟଣ ନାହାକ, ଶ୍ରଦ୍ଧାଳୁ ଭକ୍ତ ଦେବେନ୍ଦ୍ର ମହାନ୍ତି, ଗଣେଶ ମହାନ୍ତି, ଶିବଶଙ୍କର ମହାନ୍ତି, ଅନିଲ୍ କୁମାର ପାଣିଗ୍ରାହୀ, ପଂଚାନନ ମହାନ୍ତି, କାମେଶ୍ୱର ରାଉତ, ସୋମନାଥ ନାହାକ, ରମେଶ ଚନ୍ଦ୍ର ରାଉତ, ଅରସୁଲୁ ସ୍ୱାଇଁ, ଶମ୍ଭୁନାଥ ନାହାକ, ସନ୍ୟାସୀ ନାହାକ, ବିଜୟ କୁମାର ନାହାକ, ହୀନ ବାରିକ, ବିକ୍ରମ ପ୍ରଧାନ, ସଂଗ୍ରାମ ମହାନ୍ତି, କାଳୁଚରଣ ପାଣିଗ୍ରାହୀ, ଜୀବନ ମହାନ୍ତି, ଅଭୟ ଜେନା, ଆକାଶ ନାହାକ, ସାଗର ପାତ୍ର, ପ୍ରଦୀପ କେଶରୀ ରାଉତ, ସହଦେବ ନାହାକ, ମଙ୍ଗୁଳୁ ନାହାକ, ସୁରେନ୍ଦ୍ର ପାତ୍ର, ଅଶୋକ ନାହାକ, ବୃନ୍ଦାବନ ଖଣ୍ଡୁଆଳ, ଅଶୋକ ମହାନ୍ତି, ଗୋପୀନାଥ ମହାନ୍ତି, ରାମଚନ୍ଦ୍ର ମହାନ୍ତି, ହାଡୁବନ୍ଧୁ ମହାନ୍ତି, ଭାସ୍କର କାମ୍ପ, ସୁକାନ୍ତ ସାହୁ, ପାଣ୍ଡା ମହାନ୍ତିଙ୍କ ସମେତ ପୁଡୁଗେଶ୍ୱରପଲ୍ଲୀ ଗ୍ରାମବାସୀ ଓ ଉତ୍ସାହୀୟ ଶୈବଭକ୍ତ ଏବଂ ଯୁବପିଢୀ, ମନ୍ଦିର ପରିଚାଳନା କମିଟିି ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଆସିକା ସହର ନିକଟସ୍ଥ ପୂଣ୍ୟତୋୟା ଋଷିକୁଲ୍ୟା ନଦୀତଟରେ କେଉଁ ଆବାହମାନ କାଳରୁ ବିଜେ ଶ୍ରୀଶ୍ରୀଶ୍ରୀ ପୁଡୁଗେଶ୍ୱର ମହାଦେବଙ୍କ ପୀଠରେ ଅନୁଷ୍ଠିତ ବିଶ୍ୱଶାନ୍ତି ରୁଦ୍ରଯଜ୍ଞ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟସ୍ଥ ଭାଟକୁମରଡା ଗ୍ରାମର ବିଦ୍ୱାନ ପଣ୍ଡିତ ରୂପେ ପରିଚିତ ଥିବା ରାଜେଶ୍ ଶତପଥୀଙ୍କ ନେତୃତ୍ୱରେ ସହଯୋଗୀ ପଣ୍ଡିତ ସୁରେଶ ଶତପଥୀ, ସନ୍ତୋଷ କୁମାର ବ୍ରହ୍ମା, ତପନ କୁମାର ଦାଶ, ଦେବୀ ପ୍ରସାଦ ଶତପଥୀ, ଦୁର୍ଗାଚରଣ ପତି, ନଳିନୀକାନ୍ତ ଦାଶ, କାଳୁଚରଣ ଶତପଥୀ, ଅମୂଲ୍ୟ ନନ୍ଦ, ନବକିଶୋର ପତିଙ୍କ ସମେତ ବହୁ ଜ୍ଞାନୀଗୁଣୀ ଉପସ୍ଥିତ ରହି ଶ୍ରୀଶ୍ରୀ ଯଜ୍ଞନାରାୟଣ ଓ ଶ୍ରୀଶ୍ରୀଶ୍ରୀ ପୁଡୁଗେଶ୍ୱର ମହାଦେବଙ୍କ ପୂଜାର୍ଚ୍ଚନା ସମେତ ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଆଧ୍ୟାତ୍ମିକପ୍ରେମୀ ଯୋଗଦେଇ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଆସିକା ବାସୀଙ୍କ ସୁଖ ସମୃଦ୍ଧି ଓ ବିଶ୍ୱକଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ହରିବୋଲ, ହୁଳହୁଳି, ଓମ୍ ନମଃ ଶିବାୟ, ଓମ୍ ନମଃ ପୁଡୁଗେଶ୍ୱରାୟ ଧ୍ୱନୀରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇ ପଡିଥିବା ଲକ୍ଷ୍ୟ କରାଯାଇଥିଲା।


