ପୋଲସରାରେ ସ୍କାଉଟ୍ ଓ ଗାଇଡସ ପକ୍ଷରୁ ପ୍ରଶିକ୍ଷଣ ଶିବିର

ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ଏନଏସି କାଳୀ ମନ୍ଦିର ସାହି ନିକଟସ୍ଥ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ତୃତୀୟ ସୋପାନ ସ୍କାଉଟ୍ ଓ ଗାଇଡସର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ଅଗଷ୍ଟ ୨୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିରରେ ପୋଲସରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ସରସ୍ଵତୀ ଶିଶୁ ବିଦ୍ୟା ଭବନ, ପୋଲସରା ବ୍ଲକର ବୁଢେଇଶୁଣି-ଗୋଠଳୀ ଉଚ୍ଚ ବିଦ୍ୟାଳୟ, ମଧୁସୂଦନପୁର ଗ୍ରାମର କନକ ଦୂର୍ଗା ବିଦ୍ୟାପୀଠ ଓ ମନ୍ଦାର ଗ୍ରାମର ମା ଭରାଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମନ୍ଦାର, କବିସୂର୍ଯ୍ୟନଗର ବ୍ଲକର ବଡ ଚଢ଼ିଆପଡ଼ା ଏସ ଏସ ହାଇସ୍କୁଲ ଏବଂ ବୁଗୁଡ଼ା ବ୍ଲକର ବି.କରଡ଼ାବାଡ଼ି ପିଏମଶ୍ରୀ  ସର୍ଦ୍ଦାର ଅନ୍ତର୍ଯ୍ୟାମୀ ସରକାରୀ ହାଇ ସ୍କୁଲ, ଏହିପରି ୭ ଗୋଟି ଶିକ୍ଷାନୁଷ୍ଠାନର ମୋଟ୍  ୭୨ ଜଣ ସ୍କାଉଟ ଛାତ୍ର ଓ ୨୯ ଜଣ ଗାଇଡ୍ସ ଛାତ୍ରୀ ବୃନ୍ଦ ଅ°ଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ଏସଏସଭିଏମର ଉପଦେଷ୍ଟା ବିଭୂତି ଭୂଷଣ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ତାଲିମଦାତା ଭାବେ ସ୍କାଉଟ ଏଣ୍ଡ ଗାଇଡ୍ସର ଜିଲ୍ଲା ତାଲିମ କମିଶନର ବିକ୍ରମ ମହାରଣା, ଜିଲ୍ଲା ସହକାରୀ ତାଲିମ କମିଶନର ଅରୁଣ କୁମାର ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲାର ରାଜ୍ୟ ପ୍ରତିନିଧି ଭାସ୍କର ରଣା ପ୍ରମୁଖ ଯୋଗଦେଇ ସ୍କାଉଟ ଓ ଗାଇଡ୍ସ ର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ପ୍ରାଞ୍ଜଳଭାବେ ବୁଝାଇବା ସହିତ ଜଣେ ସ୍ୱେଚ୍ଛାସେବୀ ଭାବେ ପ୍ରତ୍ୟେକ କ୍ଷେତ୍ରରେ ସେବାକାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଜରୁରୀକାଳୀନ ସେବାପାଇଁ ସ୍ୱେଚ୍ଛାସେବୀ ବୃନ୍ଦ କିପରି ପଦକ୍ଷେପ ଗ୍ରହଣ କରିବେ ସେହି କୌଶଳ ଗୁଡିକର ତାଲିମ ପ୍ରଦାନ କରିଥିଲେ। ଏହାଦ୍ୱାରା ଜନସାଧାରଣଙ୍କ ସମେତ ନିଜକୁ ରକ୍ଷା କରାଯାଇପାରିବ ବୋଲି ପ୍ରକାଶ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ସ୍କାଉଟ ମାଷ୍ଟର ନୀଳକଣ୍ଠ ମହାରଣା, ବିଦ୍ୟାଧର ଷଡ଼ଙ୍ଗୀ, ସୁବୋଧକାନ୍ତ ସେଠୀ, ଦେବାଶିଷ ଜେନା, ଶ୍ରୀଧର କୁମାର ରାଉତ, ଅରୁଣ  ବିଷୋୟୀ ଓ ହରିହର ସାହୁ ଏବଂ ଗାଇଡ୍ସ କ୍ୟାପଟେନ ଉର୍ମିଳା ମାଝୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ