ବିଧାୟକଙ୍କ ଦ୍ୱାରା ଛେନାପଦି ଛକରେ ‘ଇ ବାଇକ୍’ ସୋ ରୁମ ଉଦଘାଟିତ

ହାଟଡିହି (ଓ୍ବାଇଏନଏସ):  ଛେନାପଦି ଛକରେ ‘ ଶିବମ୍’ ଡେଲଟିକ ଇ ବାଇକ୍ ସୋ ରୁମ ଉଦଘାଟିତ ହୋଇଛି। ଆନନ୍ଦପୁର  ବିଧାୟକ ଅଭିମନ୍ୟୁ ସେଠୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଶେଷ କରି ଲୋକମାନେ କମ୍ ମୂଲ୍ୟରେ ଓ ସୁବିଧାରେ କିପରି ଇ-ବାଇକ୍ ପାଇ ପାରିବେ ସେନେଇ ଗୁରୁତ୍ଵ ଦେଇଥିବା ସୋ ରୁମ ମାଲିକ ରୀନାରାଣୀ କୁଳମଣି ନାୟକ , କୁଳମଣି ଦିବାକର ନାୟକ ପ୍ରମୁଖ କହିଛନ୍ତି। ଇ – ବାଇକ୍ ବ୍ୟବହାର ଦ୍ୱାରା ପରିବେଶ ପ୍ରଦ୍ୟୁଷଣ ମୂକ୍ତ ହୋଇପାରିବ ବୋଲି ବିଧାୟକ ଶ୍ରୀ ସେଠୀ କହିଛନ୍ତି। ଏଥିରେ  ବିଜେପି ନେତା ଆଲୋକ ସେଠୀ, ମଧୁସୂଦନ ରାଉତ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପ୍ରସାନ୍ତ କର, ସନ୍ତୋଷ କୁମାର ପଣ୍ଡା, ଜ୍ଞାନ ରଞ୍ଜନ ବରାଳ, ଅକ୍ଷୟ କୁମାର ବରାଳ, ପଦ୍ମନାଭ ଜେନା, ନିରଞ୍ଜନ ଜେନା, ରାମକୃଷ୍ଣ ସେନାପତି, ଅମରେନ୍ଦ୍ର ଧଳ, ନନ୍ଦୁ ଚରଣ ଜେନା, ଉଦୟନାଥ ସାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ