ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ପାଳିତ
କଟକ, (ଓ୍ବାଇଏନଏସ): ବଡ଼ଚଣା ବ୍ଳକ ସମିଆ ଗ୍ରାମ ପଞ୍ଚାୟତର କଳକଳା ନେଚରନେଷ୍ଟ ପରିସରରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପ୍ରଦୂଷଣ ବୋର୍ଡ କଟକ, ବନବିଭାଗ ଓ ଜିଲ୍ଲା ପରିବେଶ ସମିତିର ମିଳିତ ଆନୁକୁଲ୍ୟରେ କାର୍ଯ୍ୟ କ୍ରମଟି ମଙ୍ଗଳବାରରେ କରାଯାଇଥିଲା । ଏଥିରେ ସହାୟକ ପରିବେଶ ବିଜ୍ଞାନୀ ବିଭୂତି ଭୂଷଣ ମହାନ୍ତି, ରେଞ୍ଜର ସଚିଦାନନ୍ଦ ସୁବୁଦ୍ଧି, ଓ ସ୍ଥାନୀୟ ସରପଞ୍ଚ ବିଶ୍ୱବିଜୟୀ ବ୍ରହ୍ମା ଯୋଗ ଦେଇ ବଣ ଭୋଜି ସ୍ଥଳରେ ବ୍ୟବହାର କରାଯାଇ ଫୋପାଡି ଦେଉଥିବା ସମସ୍ତ ପ୍ରକାର ପ୍ଲାଷ୍ଟିକ ଦ୍ରବ୍ୟ ବର୍ଜନ ପାଇଁ ସଚେତନା ବାର୍ତ୍ତା ଦେବା ସହ ସମାଜ ଉପରେ ପଡ଼ୁଥିବା ଏହାର କୁପ୍ରଭାବ ସମ୍ବନ୍ଧରେ ଅବଗତ କରାଇଥିଲେ। ଏହି ଅବସରରେ ବର୍ଜ୍ୟ ପ୍ଲାଷ୍ଟିକ ମୁକ୍ତ ବଣ ଭୋଜି ଅଞ୍ଚଳ ଭାବେ ପରିଚିତ କରିବା ପାଇଁ ସମୁହ ଶପଥ ପାଠ କରିଥିଲେ । ଲୋକ ମାନେ ହାତରେ ସଚେତନତା ମୂଳକ ପ୍ଲାକାର୍ଡ ଓ ବ୍ୟାନର ଧରି ସ୍ଲୋଗାନ ଦେଇଥିଲେ । ସଚେତନତା କାର୍ଯ୍ୟକ୍ରମରେ ଶତାଧିକ ଲୋକ ଯୋଗ ଦେଇଥିବା ବେଳେ ମିଳିତ ବିଭାଗର କର୍ମଚାରୀ ମାନେ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ। ଶେଷରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନର ଅଂଶ ସ୍ବରୂପ ସମସ୍ତଙ୍କୁ କପଡ଼ା ବ୍ୟାଗ ପ୍ରଦାନ କରାଯାଇଥିଲା।


