ସରପଞ୍ଚଙ୍କ ଆମରଣ ଅନଶନ ପରେ ଆତ୍ମହୁତି ଚେତାବନୀ
ହାଟଡିହି,(ଓ୍ବାଇ,ନଏସ):ସରପଞ୍ଚଙ୍କ ଆମରଣ ଅନଶନ ପରେ ଆତ୍ମହୁତି ଚେତାବନୀକୁ ନେଇ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି l ଯାହାକି ଏବେ ମୁଖ୍ୟ ପ୍ରସଙ୍ଗ ସାଜିଛି l ସର୍ବସାଧାରଣ ସରକାରୀ ରାସ୍ତା ଉପରୁ ଜବର ଦଖଲ ଉଚ୍ଛେଦ କରିବା ଦାବିରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତଙ୍କ ଆତ୍ମହୁତି ଚେତାବନୀ ପରେ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି l ସସରପଞ୍ଚ ଆସନ୍ତା ୧୨ ତାରିଖ ଠାରୁ ଅନଶନ ରେ ବସିବେ ଓ ଯଦି ପଦକ୍ଷେପ ନିଆ ନଯାଏ ତେବେ ଆତ୍ମହୁତି ଦେବବେ ବୋଲି ଚେତାବନୀ ଦେଇଥିଲେ। ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସହ ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟ ଆଜି ଏନେଇ ଆଲୋଚନା କରିଥିଲେ l ସମସ୍ୟାର ସମାଧାନ ନିମନ୍ତେ ତହସିଲଦାର ଚଳିତ ବର୍ଷ ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ସମୟ ନେଇଥିବା ସରପଞ୍ଚ ରାଉତ କହିଛନ୍ତି l ସୂଚନା ଯୋଗ୍ୟ,ଗତ ତିନି ବର୍ଷ ଧରି ବଞ୍ଚୋ ପଞ୍ଚାୟତର ୬ ନଂ ଏବଂ ୪ ନଂ ୱାର୍ଡରେ ଥିବା ସର୍ବସାଧାରଣ ରାସ୍ତା ଯାହାର ଖାତା ନଂ ୧୦୩୭ ଏବଂ ପ୍ଲଟ ନଂ ୩୧୦୧, ୩୧୪୫ରୁ ଜବର ଦଖଲ ହଟାଇବା ପାଇଁ ସରପଞ୍ଚ ରାଉତ ବାରମ୍ବାର ଜିଲ୍ଲାପାଳ ଅଭିଯୋଗ ଶୁଣାଣି,ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ l କିନ୍ତୁ କୌଣସି ସୁଫଳ ମିଳିନଥିଲା l ଫଳରେ ଚଳିତ ଅଗଷ୍ଟ ୧୨ରୁ ହାଟଡିହି ଚହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାକୁ ନିଷ୍ପତି ନେଇଥିଲେ l ଏଥିସହ ଆମରଣ ଅନଶନରୁ କୌଣସି ସୁଫଳ ନମିଳିଲେ ଆତ୍ମହୂତି କରିବାକୁ ଚେତାବନୀ ଦେଇଥିଲେ l ଏ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ, ଓଡିଶା ରାଜସ୍ବ ବିଭାଗ,କେନ୍ଦୁଝର ଜିଲ୍ଲାପାଳ ଏବଂ ଏସପିଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ସରପଞ୍ଚ ରାଉତ ପଞ୍ଚାୟତ କାର୍ଯ୍ୟାଳୟ ଚିଠି ନଂ ୮୩/୧୭ ଜୁଲାଇ ୨୦୨୬ ଅନୁସାରେ ଲିଖିତ ଭାବେ ଅବଗତ କରାଇଥିଲେ l


