ରାସ୍ତା ଉନ୍ନତିକରଣ କରିବା ପାଇଁ ସାଧାରଣରେ ଦାବୀ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଗାଁ କୁ ସଂଯୋଗ ହୋଇଥିବା ରାସ୍ତା ଗୁଡ଼ିକୁ ଠିକଣା ସମୟରେ ମରାମତି କରାଯାଇ ନାହିଁ ଯାହା ଫଳରେ ରାସ୍ତା ଗୁଡ଼ିକ ଦିନକୁ ଦିନ ଶୋଚନୀୟ ହୋଇ ପଡ଼ୁଛି ଯାହା ଫଳରେ ସାହିରେ ବସବାସ କରୁଥିବା ଜନସାଧାରଣ ବର୍ଷା ଦିନ ରେ ଶୋଚନୀୟ ରାସ୍ତା ରେ ଠିକ ଭାବରେ ଯାତାୟତ କରି ପାରୁ ନଥିବା ସମ୍ପର୍କରେ ଅଭିଯୋଗ କରୁଛନ୍ତି। ଝୁମ୍ପୁରା ବ୍ଲକ ଅସନପାଟ ପଞ୍ଚାୟତ ର ଗିଧିବାସ ଦର ଦରୀ ସାହିକୁ ସଂଯୋଗ ହୋଇଥିବା ରାସ୍ତା ଟି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ଯାହା ଫଳରେ ସାହି ବାସିନ୍ଦା ଠିକ ଭାବରେ ଯାତାୟତ କରି ପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଏହି ସାହିଟି ବଣ ଜଙ୍ଗଲ ଭିତରେ ରହିଛି। ପୂର୍ବରୁ ସାହିକୁ ରାସ୍ତା ନଥିଲେ। ଯାହା ଫଳରେ ସାହି ବାସିନ୍ଦା ପାଦଚଲା ରାସ୍ତା ରେ ଯାତାୟତ କରୁଥିଲେ। ସାହିର କୌଣସି ବ୍ୟକ୍ତି ରୋଗ ରେ ପଡିଲେ ସାହିକୁ ଗାଡି ଯାଇ ପାରୁ ନଥିଲା। ସାହି ବାସିନ୍ଦା ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରିବା ପରେ ୫ ରୁ ୬ ବର୍ଷ ତଳେ ସାହିକୁ ମନରେଗା ଯୋଜନାରୁ ଅର୍ଥ ମଞ୍ଜୁର କରି ମାଟି କାମ ହୋଇଛି। ରାସ୍ତା କାମ କରୁଥିବା ଠିକାଦାର ରାସ୍ତା କୁ ଠିକ ଭାବରେ ନିର୍ମାଣ କରି ନଥିଲା ଯାହା ଫଳରେ ରାସ୍ତାଟି ବର୍ତ୍ତମାନ ପୁଣିଥରେ ଶୋଚନୀୟ ହୋଇ ପଡ଼ିଛି। ରାସ୍ତା ଶୋଚନୀୟ ହୋଇ ପଡ଼ିଥିବାରୁ ଏହି ସାହି ବାସିନ୍ଦା ଠିକ ଭାବରେ ଯାତାୟତ କରି ପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଏହି ଶୋଚନୀୟ ରାସ୍ତା କୁ ମରାମତି କରିବା ପାଇଁ ସାହି ବାସିନ୍ଦା ବରିଷ୍ଠ ନାଗରିକ ବନମାଳୀ ନାଏକ ଙ୍କ ସହିତ ମଧୁସୂଦନ ମୁଣ୍ଡା, କ୍ଷେତ୍ରବାସୀ ମୁଣ୍ଡା, ରଣଜିତ ମୁଣ୍ଡା, ରାମ ସିଂ ମୁଣ୍ଡା, ଭାରତ ନାଏକ, ନବଘନ ନାଏକ, ମାଗୁଣି ଚରଣ ନାଏକ, ନରେନ୍ଦ୍ର ନାଏକ, ଲମ୍ବୋଦର ନାଏକ ଙ୍କ ସମେତ ଅନ୍ୟ ସାହି ବାସିନ୍ଦା ଙ୍କ ତରଫରୁ ଦାବି ହେଉଛି।ଏହି ଶୋଚନୀୟ ରାସ୍ତା କୁ ମରାମତି କରିବା ଦିଗରେ ବ୍ଲକ ପ୍ରଶାସନ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ସାହି ବାସିନ୍ଦା ଙ୍କ ତରଫ ରୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ