ହାଟଡିହି(ଓ୍ବାଇଏନଏସ): ହାଟଡିହି ବ୍ଲକ୍ ଆନୁକୁଲ୍ୟରେ ବାହାରିପୁର ସ୍ଥିତ ମନ୍ଦିର ପ୍ରାଙ୍ଗଣରେ ଏକ ଭବ୍ୟ ପରିବେଶରେ ଭାଗବତ ଟୁଙ୍ଗି ପ୍ରଚାର ପ୍ରସାର ସମିତିର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ହାଟଡିହି ବ୍ଲକ ସଭାପତି ରବିନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ଭାଗବତ ଟୁଙ୍ଗି ପ୍ରଚାର ସମିତିର ସଭାପତି ଶ୍ରୀଯୁକ୍ତ ବାବାଜୀ ଚରଣ ସ୍ୱ।ଇଁ, ମୁଖ୍ୟବକ୍ତା ଭାବେ ରାଜ୍ୟ ଭାଗବତ ଟୁଙ୍ଗି ପ୍ରଚାର ସମିତି ଓଡିଶା ଉପସଭାପତି ଶ୍ରୀ ଯୁକ୍ତ ମନୋଜ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ରଣା, କେନ୍ଦୁଝର ଜିଲ୍ଲା ଭାଗବତ ଟୁଙ୍ଗି ପ୍ରଚାର ସମିତି ର ସଂପାଦକ ଶ୍ରୀଯୁକ୍ତ ପ୍ରତାପ ମହନ୍ତ, ଉପଦେଷ୍ଟା ଶ୍ରୀଯୁକ୍ତ ବାମଦେବ ନାୟକ ପ୍ରମୁଖ ଯୋଗଦେଇ ଭାଗବତ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେବାସହ ଗ୍ରାମାଞ୍ଚଳରେ ଅଧିଜ ରୁ ଅଧିଜ ଭାଗବତ ଟୁଙ୍ଗି ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିରେ ଦାମୋଦର ସାହୁ, ବାଇଧର ସ୍ୱ।ଇଁ, ନାରାୟଣ ଚନ୍ଦ୍ର ବେହେରା, ରୋହିତ ବେହେରା, ଗୋଲାପୀ ସାହୁ, ରଙ୍ଗାଧର ଜେନା, ଖଗେଶ୍ବର ବିଶ୍ୱ।ଳ, ଗିରିଧାରୀ ସାହୁ, ଅଭିରାମ ସା, ବିଦ୍ୟାଧର ସାହୁ, ଅଭିରାମ ସା, ବାମଦେବ ସାହୁ ଙ୍କ ସମେତ ବହୁ କର୍ମକର୍ତା ଯୋଗଦେଇଥିଲେ। ଏହି ଅବସରରେ ମାଳାକାର ସାହି ଭାଗବତ ଟୁଙ୍ଗି ବଡରମ୍ପାସ, ଦୋଳଗୋବିନ୍ଦ ଭାଗବତ ଟୁଙ୍ଗି ମଧୁପୁର, ଦୁର୍ଗା ମାଧବ ମହିଳା ଭାଗବତ ଟୁଙ୍ଗି ଏଲକଣା, ସାରୁକୋଣା ଭାଗବତ ଟୁଙ୍ଗି ସାରୁକୋଣା, ଗୋପୀନାଥ ଜୀଉ ଭାଗବତ ଟୁଙ୍ଗି ଓରାଳୀ, ବ୍ରହ୍ମେଶ୍ୱର ଭାଗବତ ଟୁଙ୍ଗି ତରଭା, ଲକ୍ଷ୍ମୀକାନ୍ତ ଜୀଉ ଭାଗବତ ଟୁଙ୍ଗି ସମଣା, ସୋହମ୍ ସ୍ୱାମୀ ଭାଗବତ ଟୁଙ୍ଗି ସମଣା, ଶ୍ରୀ ଶ୍ରୀ ରାଧା କୃଷ୍ଣ ଭାଗବତ ଟୁଙ୍ଗି ମତାବାଜ, ଲକ୍ଷ୍ମୀନାରାୟଣ ଭାଗବତ ଟୁଙ୍ଗି ବାହାରିପୁର, ଶ୍ରୀ ଶ୍ରୀ ବାସୁଦେବ ଭାଗବତ ଟୁଙ୍ଗି ପଞ୍ଚୁଗୋଛିଆ, ଲକ୍ଷ୍ମୀ ନାରାୟଣ ଭାଗବତ ଟୁଙ୍ଗି ତେଲସିଙ୍ଗା, ମା ମଙ୍ଗଳା ମହିଳା ଭାଗବତ ଟୁଙ୍ଗି କାଠିଆସରା, ଦିବ୍ୟ ଜ୍ୟୋତି ଭାଗବତ ଟୁଙ୍ଗି ବଡରମ୍ପାସ, ଅନାଦି ନାରାୟଣ ଭାଗବତ ଟୁଙ୍ଗି ଚାପୁଣ୍ଡିଆ, ଶ୍ରୀ ଜଗନ୍ନାଥ ଭାଗବତ ଟୁଙ୍ଗି ଜମ୍ଭରା, ରଘୁନାଥ ଜୀଉ ଭାଗବତ ଟୁଙ୍ଗି କୁଆଡ,, ବିଶ୍ୱ ଗୁରୁ ଭାଗବତ ଟୁଙ୍ଗି ସମଣା, ଶ୍ରୀ ଜଗନ୍ନାଥ ଭାଗବତ ଟୁଙ୍ଗି ସଡଙ୍ଗ, ମା ଜାଗୁଳାଇ ଭାଗବତ ଟୁଙ୍ଗି ସରମଙ୍ଗା, ଶ୍ରୀ ବାସୁଦେବ ଭାଗବତ ଟୁଙ୍ଗି କରଡାପାଳ, ବାବା ଗଙ୍ଗେଶ୍ୱର ଭାଗବତ ଟୁଙ୍ଗି ଗୋପାଳପୁର, ଭାଗବତ ଟୁଙ୍ଗି ପ୍ରଚାର ସମିତି ହାଟଡିହି ବ୍ଲକ୍, ନରସିଂହେଶ୍ୱର ଭାଗବତ ଟୁଙ୍ଗି ନସିରପୁର,, ବାସୁଦେବ ଭାଗବତ ଟୁଙ୍ଗି ନୂଆ ରମ୍ପାସ ଆଦି ଟୁଙ୍ଗିକୁ ଶ୍ରୀମଦ୍ ଭାଗବତ ଗ୍ରନ୍ଥ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ନାରାୟଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁରଲୀଧର ବେହେରା ମଞ୍ଚ ପରିଚାଳନା କରିଥିଲେ। ସୁରେନ୍ଦ୍ର କୁମାର ପରିଡା ସଂପାଦକୀୟ ପାଠ କରିଥିବା ବେଳେ ନାରାୟଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।