ଅଙ୍ଗନବାଡି ଜ୍ଞାନ କେନ୍ଦ୍ରରେ ସୁପୋଷିତ ଗ୍ରାମପଞ୍ଚାୟତ ଅଭିଯାନ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ)ପୁରୀ ଜିଲ୍ଲା କଣାସ ବ୍ଲକ ଆଇସିଡ଼ିଏସ୍ ସିଡିପିଓ ସ୍ମିତା ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ବିଭିନ୍ନ ଅଙ୍ଗନବାଡି ଜ୍ଞାନ କେନ୍ଦ୍ରରେ ସୁପୋଷିତ ଗ୍ରାମପଞ୍ଚାୟତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଦାମୋଦରପୁର ଅଙ୍ଗନବାଡ଼ି ଜ୍ଞାନ କେନ୍ଦ୍ରରେ ବିନ୍ଧଣ ପଞ୍ଚାୟତର ବାଲିପଡ଼ା ,ଗୋଲାରା,ହରସପଡ଼ା, ବିନ୍ଧଣ ଅଙ୍ଗନବାଡି କେନ୍ଦ୍ରର କର୍ମୀମାନେ ଉପସ୍ଥିତ ରହି ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ । ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’, କିଶୋରୀ ବାଳିକା ଏବଂ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଲକ୍ଷ୍ୟରେ ରଖି ଏହା ପ୍ରସ୍ତୁତ କରାଯାଇଛି ପୋଷଣ ଯୁକ୍ତ ଖାଦ୍ୟର ବ୍ୟବହାର ଉପକାରିତା ସମ୍ପର୍କରେ ଅଙ୍ଗନବାଡ଼ି କର୍ମୀ ବୁଝାଇବାକୁ ଯାଇ ବାଡ଼ି ବଗିଚାରେ ମିଳୁଥିବା ସବୁଜ ପନିପରିବା, ଶାଗ,ସଜନା ଛୁଇଁ,ଅମୃତଭଣ୍ଡା, ମାଣ୍ଡିଆ, ଗହମ,ଡାଲି,ବୁଟ, ଆଦି ବିଭିନ୍ନ ପୋଷଣ ଯୁକ୍ତ ଖାଦ୍ୟ ଆହାର ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।ବିଭିନ୍ନ ଅଙ୍ଗନବାଡ଼ି ଜ୍ଞାନ କେନ୍ଦ୍ରରେ ସୁପରଭାଇଜର ମାନେ ଯୋଗଦେଇ ଖାଦ୍ୟ ଖାଇବା ପୂର୍ବରୁ ହାତ ଧୋଇ ଆହାର କରିବା ଏବଂ ଡାଲି ଜାତୀୟ ଖାଦ୍ୟ ଆହାର ଉପକାରିତା ସମ୍ପର୍କରେ ବୁଝାଇଥିବା ଦେଖିବାକୁ ମିଳିଥିଲା। ଅଙ୍ଗନବାଡି କର୍ମୀ ପ୍ରଶାନ୍ତି ମାର୍ଥାଙ୍କ ପୌରୋହିତରେ ବିଭିନ୍ନ ପୁଷ୍ଟିସାର ଯୁକ୍ତ ଖାଦ୍ୟ ପ୍ରସ୍ତୁତି କରି ପ୍ରଦର୍ଶିତ କରିବା ସହ ସ୍ଥାନୀୟ ଅଞ୍ଚଳରେ ଶୋଭାଯାତ୍ରା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିଥିଲେ । ଗର୍ଭବତୀ, ପ୍ରସୂତି ମା, ସ୍ୱୟଂ ସାହାୟିକା ମହିଳା, କିଶୋର ବାଳକ, ବାଳିକା ମାନେ ଉପସ୍ଥିତ ରହିଥିଲେ । ସାହାୟିକା ପ୍ରସାଦିନୀ ଜେନା କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ