ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥିଙ୍କ ଜନ୍ମଦିନ ପାଳିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଶିରିଡ଼ି ସାଇବାବାଙ୍କ ପରମ ଭକ୍ତ ଶ୍ରଦ୍ଧେୟ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ୭୬ ତମ ଜନ୍ମଦିବସ ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ବାରିପଦା ବଡବଜାର ସ୍ଥିତ ମୟୁରଭଞ୍ଜ ଶ୍ରୀଗୁରୁ ଭାଗବତ ଟ୍ରଷ୍ଟ” ଓ ବଡଦାଣ୍ଡ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ର କର୍ମକର୍ତ୍ତା ତଥା ଶ୍ରଦ୍ଧାଳୁ ଭକ୍ତ ମାନେ ଯଥାରୀତି ପୂଜାବିଧି ପାଳନ କରିବା ପରେ ମିଷ୍ଟାନ୍ନ ବଣ୍ଟନ ତଥା ଶ୍ରୀଗୁରୁ ଭାଗବତ ସାମୁହିକ ଗାୟନ କରିଥିଲେ ଏବଂ ଗୁରୁଜୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବା ସହିତ ୭୬ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଥିଲେ। ଏଇ ଶୁଭ ଅବସରରେ ରଘୁନାଥପୁର ସ୍ଥିତ “ରୋଜ୍ ସ୍କୁଲ ଫୋର୍ ମେଣ୍ଟାଲି ଚ୍ୟାଲେଞ୍ଜଡ୍ ” ରେ ଆଶ୍ରୟ ପାଇଥିବା ୧୧୫ ଜଣ ଅଳ୍ପ ବୟସ୍କ ଅନ୍ତେବାସୀ ମାନଙ୍କ ପାଇଁଁ ଖାଦ୍ୟପେୟ ର ବ୍ୟବସ୍ଥା କରିବା ସହିତ ସେମାନଙ୍କ ପାଇଁଁ ଦୈନନ୍ଦିନ ଆବଶ୍ୟକତା ଥିବା ଔଷଧୀୟ ଗୁଣଯୁକ୍ତ ସାବୁନ,କଟା ଘା’ ଏବଂ କାଛୁକୁଣ୍ଡିଆ ପାଇଁଁ ମଲମ, କ୍ୟାଣ୍ଡିଡ୍ ପାଉଡର, ଦାନ୍ତଘସା ପେଷ୍ଟ, ଡେଟଲ ,ଫିନାଇଲ୍, ହାରପିକ୍, ପାଇଖାନା ସଫା କରିବା ବ୍ରଶ୍, ସେମ୍ପୁ,ଫୁଟବଲ ଏବଂ ଦୁଇଟା ବଡ଼ ଦରି ତଥା ଦୁଇଟା ବଡ଼ ଟ୍ରଙ୍କ୍ ର ବ୍ୟବସ୍ଥା କରା ଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ