ଚାରିଗାଁ ବହୁମୁଖୀ ବାତ୍ୟାଶ୍ରୟସ୍ଥଳୀରେ ମକ୍ ଡ୍ରିଲ୍ ଅଭ୍ୟାସ

ବନ୍ତ, (ଚାନ୍ଦିନୀ ମହାନ୍ତି):ଓଡିଶା ସରକାରଙ୍କ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଚିଠି ନଂ-୧୭୭୮/ତା-୧୮-୬-୨୦ ମୂଳେ ଭଦ୍ରକ ଜିଲ୍ଲାପାଳଙ୍କ ଜରୁରୀକାଳୀନ ସେବା ବିଭାଗ ଚିଠି ନଂ-୭୯୯୨/୨୦ ଅନୁଯାୟୀ ଶୁକ୍ରବାର ଚାରିଗାଁ ବହୁମୁଖୀ ବାତ୍ୟାଶ୍ରୟ ସ୍ଥଳୀରେ ବନ୍ତ ବ୍ଲକ ପ୍ରଶାସନର ତତ୍ତ୍ୱାବଧାନରେ ମକ୍ ଡ୍ରିଲ୍ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବହୁ ମୁଖୀ ବାତ୍ୟାଶ୍ରୟ ସ୍ଥଳୀ ପରିଚାଳନା କମିଟିର ସଭାପତି ତଥା ସରପଞ୍ଚ ବନମାଳୀ ବେହେରାଙ୍କ ସଭାପତିତ୍ୱ ଏବଂ ସଂପାଦକ ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ରଥ ବେହେରାଙ୍କ ପ୍ରତ୍ୟେକ୍ଷ ସଞ୍ଚାଳନାରେ ଅନୁଷ୍ଠିତ ମକ୍ ଡ୍ରିଲ୍ ଅଭ୍ୟାସ କାର୍ଯ୍ୟକ୍ରମରେ ଆଗରପଡା ଅଗ୍ନିଶମ ବାହିନୀର ଉପେନ୍ଦ୍ରନାଥ ସିଂଙ୍କ ନେତୃତ୍ୱରେ ଅନ୍ୟ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ବାତ୍ୟା, ବନ୍ୟା, ଘରପୋଡି ଆଦି ଦୁର୍ଘଟଣା ସମୟରେ କିପରି ସୁରକ୍ଷିତ ଉପାୟରେ ଲୋକ ମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇ ପାରିବ ସେ ବିଷୟରେ ଲୋକ ମାନଙ୍କୁ ମକ୍ ଡ୍ରିଲ୍ ମାଧ୍ୟମରେ ପ୍ରସ୍ତୁତ କରାଯାଇଥିଲା । ଗ୍ରାମ ପଞ୍ଚାୟତର ବିପଦପୂର୍ଣ୍ଣ ସ୍ଥାନ ମାନଙ୍କୁ କିପରି କେଉଁ ପଥ ଦେଇ ବାତ୍ୟାଶ୍ରୟ ସ୍ଥଳୀକୁ ଲୋକ ମାନଙ୍କୁ ନିରାପଦରେ ଅଣାଯାଇ ପାରିବ ତାର ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ହାପି କ୍ଲବର ସ୍ୱେଚ୍ଛାସେବୀ ମାନେ ମକ୍ ଡ୍ରିଲରେ ଅଗ୍ନିଶମ ବାହିନୀକୁ ସହଯୋଗ କରିଥିଲେ । ବାତ୍ୟାଶ୍ରୟ ସ୍ଥଳୀର ଟାସ୍କଫୋର୍ସ ସଭ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ଆଶା, ଅଙ୍ଗନୱାଡି କର୍ମୀ, ୱାର୍ଡ ସଭ୍ୟସଭ୍ୟା ମାନେ ମକ୍ ଡ୍ରିଲ୍‌ରେ ଅଂଶ ଗ୍ରହଣ କରିଥିଲେ । ବ୍ଲକ ପ୍ରଶାସନର ନିର୍ଦ୍ଦେଶ କ୍ରମେ ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡିର ସଂପାଦକ ଗୋପିନାଥ ଦାଶ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୀରକିଶୋର ଦାସ, ଆଇ.ସି.ଡି.ଏସ୍ ପରିଦର୍ଶିକା ମିନତି ଦାସ ମକ୍ ଡ୍ରିଲେରେ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ଚନ୍ଦ୍ରକାନ୍ତ ବେହେରା, ରଞ୍ଜନ ସାହୁ, ରାମ ଚନ୍ଦ୍ର ସାହୁ, ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଭଗବାନ ପତି, ସୁନନ୍ଦ ଜେନା, ସନାତନ ରାଉଳ, ରବିନ୍ଦ୍ର ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ