ଢେଙ୍କା ପଞ୍ଚାୟତରେ ଜନଜାତୀୟ ଗୌରବ ଦିବସ ପାଳିତ
ହାଟଡିହି, (ବିକାଶ ବିଶ୍ୱାଳ):ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତର ସଙ୍ଗମ ଗ୍ରାମର ଡଙ୍ଗାଚୁଆ, ଝଣଝଣା, ପୁରୁଣାପାଣି ଗ୍ରାମରେ ଗ୍ରାମରେ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ସ୍ବତନ୍ତ୍ର ପଲ୍ଲୀ ସଭା ଆୟୋଜନ କରାଯାଇଥିଲା। ସଙ୍ଗମର ଡଙ୍ଗାଚୁଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ସୁବାସିନୀ ସେଠୀ, ନୋଡାଲ ଅଫିସର ଧୀରେନ୍ଦ୍ର ମହାଳିକ,ପିଇଓ ସୁରେଶ ସେଠୀ, ଏଡିଇଓ ଭୋଳାନାଥ ମହାନ୍ତ, ଅଙ୍ଗନୱାଡ଼ି କର୍ମୀ ମଞ୍ଜୁଲତା ବିଶ୍ଵାଳ, ପୁରୁଣାପାଣି ଠାରେ ନୋଡାଲ ଅଫିସର କାର୍ତ୍ତିକ ପାତ୍ର, ପିଇଓ ଲକ୍ଷ୍ମୀକାନ୍ତ ନାହାକ, ଏଡିଇଓ ଅଶୋକ କୁମାର ସାହୁ, ଅଙ୍ଗନବାଡ଼ି କର୍ମୀ ଗୌରୀ କିସ୍କୁ, ଝଣଝଣା ଠାରେ ନୋଡାଲ ଅଫିସର ଅଶୋକ କୁମାର ନାୟକ, ପିଇ ଓ ନିରାକାର ଦାସ, ଏଡିଇଓ ଶର୍ମିଷ୍ଠା ମଲ୍ଲିକ, ଅଙ୍ଗନବାଡ଼ି କର୍ମୀ ଭାରତୀ ନାଇକ ପ୍ରମୁଖ ଯୋଗଦେଇ ପେସା ଆଇନ ଅନୁସାରେ ପଲ୍ଲୀସଭା ର କ୍ଷମତା ଓ ଦାୟିତ୍ଵ ଉପରେ ଆଲୋଚନା କରାଯାଇଥିଲା। ଗାଁର ସମସ୍ତ ନିଷ୍ପତି ପଲ୍ଲୀସଭା ଦ୍ଵାରା ଚୁଡାନ୍ତ କରାଯିବ। ପଲ୍ଲୀସଭାର ନିଷ୍ପତିକୁ ଲାଗୁ କରିବା ଓ ଏହାର ଅନୂପାଳନ କରିବା ପାଇଁ ଗ୍ରାମପଞ୍ଚାୟତ ବାଧ୍ୟ।ଏହି ସଭାରେ ପଞ୍ଚାୟତ ବିକାଶସୂଚୀ ହେଉଛି ଦୀର୍ଘସ୍ଥାୟୀ, ବିକାଶ ଲକ୍ଷ୍ୟରେ ସ୍ଥାନୀୟକରଣ ପରିପ୍ରେକ୍ଷୀରେ ଗ୍ରାମପଞ୍ଚାୟତ ଗୁଡ଼ିକର କାର୍ଯ୍ୟ ପ୍ରଦର୍ଶନର ଅଗ୍ରଗତି ଉପରେ ଆଲୋଚନା କରଯାଇଥିଲା। ଜଙ୍ଗଲ ଅଧିକାର ଆଇନ ଓ ସ୍ୱଚ୍ଛତା ଶପଥ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିବାବେଳେ ନିଶାମୁକ୍ତ ଗ୍ରାମ ଗଢିତୋଳିବା ପାଇଁ ସମସ୍ତେ ଶପଥ ଗ୍ରହଣ କରାଯାଇଥିଲା। ଏଥିରେ ଶତାଧିକ ଆଦିବାସୀ ଭାଇ,ଭଉଣୀ,ମା ,ମାଉସୀ ମାନେ ଉପସ୍ଥିତ ଥିଲେ।