ନର୍ସରୀ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବୀଣାପାଣି ନର୍ସରୀ ସ୍କୁଲର ୩୮ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶୁକ୍ରବାର ହାଇସ୍କୁଲ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ର ପରିଚାଳନା କମିଟି ସଭାପତି ଆଇନଜୀବୀ ରସାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ କ୍ରୀଡାକୁ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ମୂଖ୍ଯଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ।ପରେ ସମ୍ପାଦକ ବଳରାମ ମହାରଣା, ଅଧ୍ୟକ୍ଷା ବିଷ୍ଣୁପ୍ରିୟା ଦାସ, ଉପାଧ୍ୟକ୍ଷା ରୀତାଞ୍ଜଳି ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିକ୍ଷୟିତ୍ରୀ କବିତା ନନ୍ଦ, ଗୀତାଞ୍ଜଳି ପଣ୍ଡା, ଧାବତ୍ରୀ ସାହୁ, ମାମାଲି ଦୋରା, ସୋନାଲି ରେଡି, ପ୍ରିୟଙ୍କା ଗୌଡ, ପୂଜା ଡାକୁଆ, ରେଶମା ପଟ୍ଟନାୟକ, ରମେଶ୍ୱରୀ ଚୌଧୁରୀ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିବା ବେଳେ ଏଥିରେ ବିଭିନ୍ନ ବର୍ଗର ବହୁ ଛାତ୍ରୀ ଛାତ୍ର ଅଂଶ ଗ୍ରହଣ କରିଥିଲେ।