ଯଶିପୁର ଜାତୀୟ ରାଜପଥ ମର୍ମନ୍ତୁଦ ସଡକ ଦୁର୍ଘଟଣା
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):୨୦୨୫ ନବ ଵର୍ଷ ଶୁଭାରମ୍ଭ । ସମସ୍ତେ ଖୁସି ପାଳୁଥିବା ବେଳେ ବିଶୋଇ ଅଂଚଳର ଜୟପାଲ ପୂର୍ତ୍ତିଙ୍କ ପରିବାର ଉପରେ କଳା ବାଦଲ ଘୋଟି ଯାଇଛି । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ଯଶିପୁର ମୂଖ୍ୟ ବଜାର ଉପରେ ଘଟିଛି ମର୍ମନ୍ତୁଦ ଦୂର୍ଘଟଣା । ଘଟଣାସ୍ଥଳରେ ୭ ବର୍ଷର ପୁଅର ମୃତ୍ଯୁ ହୋଇଥିବାବେଳେ ଅଳ୍ପକେ ଵର୍ତିଲେ ମାଆ । ଶିଶୁଟି ଲୌହ ଦାନବ ଟ୍ରକର ପଛ ଚକ ତଳେ ପଡିଯିବାରୁ ଟ୍ରକ ଚକ ମାଡିଯାଇଥିଲା ଓ ଶିଶୁର ପ୍ରାଣବାୟୁ ଉଡି ଯାଇଥିଲା । ଏଭଳି ଏକ ହୃଦଵିଦାରକ,ଛାତିଥରା, ଅଭାବନୀୟ ଦୁଃଖଦ ଘଟଣା ଯାଇଛି । ସୂଚନାଯୋଗ୍ୟ ଆଜି ଜାନୁଆରୀ ୨ ତାରିଖ । ବୁଧବାର ଦିନ ବିଦ୍ୟାଳୟ ଗୁଡିକ ଖୋଲିଲା । ତେଣୁ ସବୁ ଶିକ୍ଷକ, ଶିକ୍ଷୟତ୍ରୀ ବିଦ୍ୟାର୍ଥୀ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ସମସ୍ତେ ବିଦ୍ୟାଳୟ ମୁହାଁ । ବିଶୋଇ ବ୍ଳକର ଖଡମଵେଡା ପଞ୍ଚାୟତୟର ଚୁଆକାଙ୍କା ଗ୍ରାମର ଜୟପାଲ ପୂର୍ତୀ ବୁଧଵାର ପୂର୍ବାହ୍ନ ୧୧ ଟା ପାଖାପାଖି ସମୟରେ ନିଜ ବାଇକରେ ଏବଂ ଅନ୍ୟ ଏକ ସ୍କୁଟିରେ ତାଙ୍କର ଧର୍ମପତ୍ନୀ ଓ ତାଙ୍କ ୭ ବର୍ଷର ପୁଅ ନିଜର କର୍ମକ୍ଷେତ୍ର ରରୁଆଁବ୍ଳକ ଅନ୍ତର୍ଗତ କୋଦଳିଧୁଆ ଗ୍ରାମସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ଅଭିମୁଖେ ନିଜର କର୍ମକ୍ଷେତ୍ରରେ ଯୋଗଦାନ କରିବାକୁ ବିଶୋଇରୁ ରରୁଆଁ ଅଭିମୁଖେ ଯାଉଥିଲେ । ହଠାତ୍ ଯଶିପୁର ମୂଖ୍ୟ ବଜାର ଦେଇ ଯାଉଥିବା ବେଳେ ଯଶିପୁର ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ପଛରୁ ଦୃତ ଗତିରେ ଏକ ଟ୍ରକ ଭାରସାମ୍ଯ ହରାଇ ସ୍କୁଟିକୁ ପଛରୁ ପିଟିଥିଲା ।ସ୍କୁଟିରେ ଥିବା ମା ଓ ପୁଅ ଭାରସାମ୍ୟ ହରାଇ ଛିଟିକି ପଡିଥିଲେ ।ପୁଅ ଟ୍ରକର ପଛ ଚକରେ ପଡିଯାଇ ପେଶି ହେବା ସହ ମୃତ୍ୟୁ ହୋଇଥିଲା । ହୃଦଵିଦାରକ ଦୃଶ୍ୟ ଦେଖି ସାଧାରଣ ଜନତା ଉତେଜିତ ହେବା ସହ ମା ତାର ଏକମାତ୍ର ନର ଶିଶୁପୁତ୍ର କୁ କ୍ଷତିପୂରଣ ଦାବିରେ ରାସ୍ତା ମଝିରେ ୫ ଘଣ୍ଟା ବସି ଯାଇଥିଲେ।ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନ ଗୁଡିକ ଛିଡ଼ା ହୋଇ ରହିଥିଲା ।ଦୁର୍ଘଟଣାଓ ରାସ୍ତା ଅବରୋଧ ଖବର ପାଇ କରଂଜିଆ ଉପଜିଲ୍ଲାପାଳ ଶ୍ରୀ ପ୍ରମାଂଶୁ ଚାନ୍ଦ,ବିଡିଓ ମାଧବ ଚନ୍ଦ୍ର ବିରୁଆ,ବ୍ଳକ ଅଧ୍ୟକ୍ଷ, ତହସିଲଦାର ଶର୍ମିଷ୍ଠା ସାହୁ ଯଶିପୁର ଥାନାଧିକାରୀଣୀ ସଂଯୁକ୍ତା ସାହୁ,ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ଗଣମାଧ୍ୟମ ପ୍ରତିନିଧି ମନୋରଞ୍ଜନ ତିରିଲା,ଅନ୍ୟତମ ପ୍ରତିନିଧି ବନୋଜା କାଲୁଣ୍ଡିଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତକ ପରିବାରବର୍ଗ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ବୁଝାସୁଝା କରାଇଥିଲେ । ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୋହାୟ ଏବଂ ଜଙ୍ଗଲ ପରିବେଶ ମନ୍ତ୍ରୀ ଇଂ ଗଣେରାମ ସିଂ ଖୁଣ୍ଟିଆ ଖବର ପାଇ ସ୍ଥାନୀୟ ପ୍ରଶାସନକୁ ମୃତକ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଏବଂ ମନ୍ତ୍ରୀ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ସ୍ଥାନୀୟ ପ୍ରଶାସନ କୁ ସୂଚନା ଦେଇଥିଲେ। ସ୍ଥାନୀୟ ପ୍ରଶାସନ ମୃତକ ପରିବାର ଏବଂ ରାସ୍ତା ଅବରୋଧ କରିଥିବା ସାଧାରଣ ଜନତାଙ୍କୁ ଜିଲ୍ଲାପାଳ ଓ ମନ୍ତ୍ରୀ ଙ୍କ ପ୍ରତିଶ୍ରୁତି ଉପରେ ସୂଚନା ଦେବା ଫଳରେ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ । ବିଶୋଇ ବଜାରଦେଇ ଯାଇଥିବା ବିପର୍ଯ୍ୟସ୍ତ ଜାତୀୟ ରାଜପଥ ୧୪୯ ରେ ବାରମ୍ବାର ଦୁର୍ଘଟଣା , ସ୍ଥାନୀୟ ପ୍ରଶାସନ ର ଖାମ ଖିଆଲ ନୀତି,ବଜାର ଦେଇ ଭାରିଯାନ ଚଳାଚଳ,ଅମାନିଆ ଟ୍ରକ ଚାଳକ କୁ ନେଇ ଯଶିପୁର ଅଂଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ର ଦାନା ବୃଦ୍ଧି ପାଉଛି ।ଯାହାର ପ୍ରତିଫଳନ ଆଜି ୫ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା । ଅପରପକ୍ଷରେ ସଡ଼କ ସପ୍ତାହ ସାରା ରାଜ୍ୟରେ ପାଳନ କରାଯାଉଛି ।ହେଲେ ଗୋଟିଏ ପାଖରେ ଧାରା ଅନୁସାରେ ସଡ଼କ ସପ୍ତାହ ପାଳନ ଅପରପକ୍ଷରେ ବାରମ୍ବାର ବେପରୁଆ ଚାଳକ ଯୋଗୁଁ ଦୁର୍ଘଟଣା ତ ପରିବହନ ବିଭାଗର କାମ ଖିଆଲି ନୀତି ତ ଅନ୍ୟ ପକ୍ଷରେ ପରିବହନ ବିଭାଗ,ପୋଲିସ ବିଭାଗ,ସଡ଼କ ନିର୍ମାଣ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନର ତାଳମେଳ ନ ଥିବା ଯୋଗୁଁ ଦୁର୍ଘଟଣା ଘଟୁଛି କେହି ଉତ୍ତରଦାୟୀ ହେବାକୁ ପ୍ରସ୍ତୁତ ନୁହନ୍ତି ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ।