ଶୁକୃଳି ଠାରେ ବ୍ଲକସ୍ତରୀୟ ନିପୂଣ ମେଳା ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳି ବ୍ଲକ୍ ର ଖିଚିଙ୍ଗେଶ୍ୱରି ଉପ୍ରା ବିଦ୍ୟାଳୟ ପରିସର ରେ ଶୁକୃଳି ବ୍ଲକସ୍ତରୀୟ ନିପୂଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବାନନ୍ଦ ଧଡା ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ୫୨ ନମ୍ୱର୍ ଜିଲ୍ଲାପରିଷଦ ସଭ୍ୟ ବିକାଶ ରଞ୍ଜନ ସି , ମୁଖ୍ୟ ଅତିଥି ଖିଚିଂ ଗ୍ରାମ ପଞ୍ଚାୟତ ସରପଞ୍ଚ ଅଙ୍କିତା ବେହେରା ,ସମ୍ମାନିତ ଅତିଥି ଶୁକ୍ରୁଳି ବ୍ଲକ ଅଧ୍ୟକ୍ଷା କବିତା ମଞ୍ଜରୀ ନାୟକ , ସମିତି ସଭ୍ୟା ଜ୍ୟୋତି ରେଖା ପାତ୍ର ଉପସ୍ଥିତ ରହିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ର ବିଆରସିସି ନୟନ ତାରା ମହାନ୍ତ , ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ଧ୍ୟା ରାଣୀ ପାତ୍ର ଓ ପୁରୁଷୋତ୍ତମ ମହାନ୍ତ ଓ ଅନ୍ୟାନ୍ୟ ସିଆରସି ସି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ କାର୍ଯ୍ୟକ୍ରମ ପରି ଶେଷ ରେ ଖିଚିଂ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ସମସ୍ତ ବିଦ୍ୟାଳୟ ର ୧୦ ଜଣ ଲେଖାଏଁ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ