ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବରିଷ୍ଠ କିରାଣୀଙ୍କ ଅକାଳ ବିୟୋଗ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବରିଷ୍ଠ କିରାଣୀ ରମେଶ ଦାସଙ୍କର ଶନିବାର ଅକାଳ ବିୟୋଗ ଘଟିଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଶନିବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଓଡପଏଙ୍ଗା (ମୁଗେଇ)ସ୍ଥିତ ବାସଭବନରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ଡାବର ସମିତି ସଭ୍ୟ ସୁବଳ ବେହେରା, ଘୋଡାଂଶ ସମିତି ସଭ୍ୟ ତରୁଣାକାନ୍ତ ବାରିକ ପହଂଚି ଶେଷ ଦର୍ଶନ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ସେହିପରି ଦାସଙ୍କ ବିୟୋଗରେ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଜ୍ୟୋତିପ୍ରକାଶ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଉକ୍ତ ଶୋକସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇଥିଲେ । ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ନୀରବ ପ୍ରାର୍ଥନା କରାଯାଇଥିଲା । ଦାସ ତିନି ଦଶନ୍ଧି ଧରି ମହାବିଦ୍ୟାଳୟ ସହିତ ଜଡିତ ରହିଥିବା ବେଳେ କର୍ମଚାରୀମାନଙ୍କୁ ନିଜ ପରିବାର ଭଳି ଭଲ ପାଉଥିଲେ । ସେ ଜଣେ ସ୍ନେହୀ, ମେଳାପି, ପରୋପକାରୀ, ସମୟାନୁବର୍ତିତା ବ୍ୟକ୍ତିତ୍ୱ ଥିଲେ । ତାଙ୍କର ଅକାଳ ମୃତ୍ୟୁ ଅନୁଷ୍ଠାନ ପାଇଁ ଅପୂରଣୀୟ କ୍ଷତି ଆଣି ଦେଇଥିବା ଅଧ୍ୟକ୍ଷ ଲେଙ୍କା ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ