ବେଆଇନ୍ ପଥର ଚାଲାନ ବେଳେ ଟ୍ରାକ୍ଟର ଜବତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ତହସିଲ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଅଞ୍ଚଳରୁ ବେଆଇନ୍ ଭାବେ ପଥର ଚାଲାଣ ହେଉଥିବା ବେଳେ ଗିଦିଘାଟୀ ରାଜସ୍ବ ନିରୀକ୍ଷକ ଚଢଉ କରି ରବିବାର ଏକ ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରିଥିବାବେଳେ ସୋମଦିନ ଅନ୍ୟ ଏକ ଟ୍ରାକ୍ଟରରେ ପଥର ବୋଝେଇ ଚାଲିଥିବାବେଳେ ଘଟଣା ସ୍ଥଳରୁ ଟ୍ରାକ୍ଟରକୁ ଜବତ କରି ଜରିମାନା ଆଦାୟ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଗିଦିଘାଟୀ ରାଜସ୍ବ ନିରୀକ୍ଷକ’ଙ୍କ କାର୍ଯ୍ୟାଳୟ ନିକଟରେ ଗିଦିଘାଟୀ ଗ୍ରାମପଞ୍ଚାୟତ ଅଧିକାରୀ’ଙ୍କ ନିମନ୍ତେ ଏକ ଷ୍ଟାଫ୍ କ୍ବାଟର ନିର୍ମାଣ କରାଯିବାକୁ ନେଇ ଭିତ୍ତି ପ୍ରସ୍ତର ଖୋଳା ଚାଲିଛି।ଏହି ଭିତ୍ତି ପ୍ରସ୍ତର ଖୋଳା ଯିବାବେଳେ ବାହାରିଥିବା ପଥର ସବୁ ଷ୍ଟାଫ୍ କ୍ବାଟର ଗୃହ ନିର୍ମାଣରେ ବ୍ୟବହାର କରା ଯିବାକୁ ନେଇ ତହସିଲ କାର୍ଯାଳୟରୁ ଅନୁମତି ନିଆ ଯାଇଛି।ଉକ୍ତ ଗୃହ ନିର୍ମାଣ ପରେ ବଳକା ପଥର ଗୁଡିକର ରାଜସ୍ବ ବିଭାଗ ପକ୍ଷରୁ ନିଲାମ କରାଯିବାର ଯୋଜନା ରହିଛି।ତେବେ ସମ୍ପୃକ୍ତ ଠିକାଦାର ପଥର କଟାଳି’ଙ୍କ ଦ୍ବାରା ପଥର କାଟି ବେଆଇନ୍ ଭାବେ ରାଜସ୍ବ ନିରୀକ୍ଷକ’ଙ୍କ ଦୃଷ୍ଟି ଅଢୁଆଳରେ ଅନ୍ୟତ୍ର ବିକ୍ରି କରୁଥିଲେ।ରାଜସ୍ବ ନିରୀକ୍ଷକ’ଙ୍କ କାର୍ଯ୍ୟାଳୟ ଖୋଲିବା ସମୟ ପୂର୍ବରୁ ରିତିମତ ପଥର ଚଲାଣ ହେଉଥିବାବେଳେ ଆଜି ରବିବାର ଛୁଟି ଦିନର ସୂଯୋଗ ନେଇ ପଥର ଚାଲାଣ ଚାଲିଥିଲା।କୌଣସି ସୂତ୍ରରୁ ଖବର ପାଇ ବହଳଦା ତହସିଲଦାର ପରମାନନ୍ଦ ଖଣ୍ଡେଇ’ଙ୍କ ନିର୍ଦ୍ଧେଶ କ୍ରମେ ଗିଦିଘାଟୀ ରାଜସ୍ବ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ସି ଚଢଉ କରିବାକୁ ପହଞ୍ଚି ଥିଲେ।ବହଳଦା ଝରାଡିହି ମୂଖ୍ୟ ରାସ୍ତାର ପୋଇଲାକୁନ୍ଦା ଗ୍ରାମ ନିକଟରେ ଓଡି୧୧ଏ୩୧୩୭’ ନଂବିଶିଷ୍ଠ ଉକ୍ତ ପଥର ବୋଝେଇ ଟ୍ରାକ୍ଟରକୁ ଅଟକାଇ ଜବତ କରିବା ସହ ଉକ୍ତ ପଥର ବୋଝେଇ ଟ୍ରାକ୍ଟରକୁ ବହଳଦା ଥାନାରେ ଅଟକ ରଖି ୧୨’ହଜାର ଟଙ୍କାର ଜରିମାନା ଆଦାୟ ପରେ ଛାଡି ଦିଆଯାଇଛି।ତେବେ ତା’ପରଦିନ ମଧ୍ୟ ଉକ୍ତ ସ୍ଥାନରୁ ଏକ ଟ୍ରାକ୍ଟରରେ ପଥର ବୋଝେଇ ଚାଲିଥିବା ବେଳେ ରାଜସ୍ବ ନନିରୀକ୍ଷକ’ଙ୍କ ଦ୍ବାରା ଉକ୍ତ ଟ୍ରାକ୍ଟରକୁ ଅଟକ ରଖାଯାଇ ୧୪’ହଜାର୬’ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।ରବିବାର ଦିନ ଜବତ କରାଯାଇଥିବା ଓଡି୧୧ଏ ୩୧୩୭’ ନଂ ବିଶିଷ୍ଠ ଉକ୍ତ ଟ୍ରାକ୍ଟର ଟି ଗୟଳକଟା ଗ୍ରାମର ଦେବଦତ୍ତ ରାଉତ’ଙ୍କ ହୋଇଥିବାବେଳେ ସୋମବାର ଦିନ ନିର୍ମଳ ମହାକୁଡ’ଙ୍କ ଟ୍ରାକ୍ଟରରୁ ଜରିମାନା ଆଦାୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ