ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମପୁର ପଞ୍ଚାୟତ ଅଳଉତି ହରିଜନ ସାହିରେ ରବିବାର ରାତି ୧୧ଟା ବେଳେ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ଜଳିଯାଇଥିବା ଜଣାଯାଇଛି । ଉକ୍ତ ସାହିର ଗଣେଶ ଯେନା, ନାରାୟଣ ଯେନା, ନିରଂଜନ ଯେନାଙ୍କର ୧ ବଖରା ଲେଖାଏଁ ଏବଂ ସୁରେଶ ଯେନା ଓ କ୍ଷୀରୋଦ ଯେନାଙ୍କର ୨ ବଖରା ଲେଖାଏଁ ଘର ଜଳି ଯାଇଛି । ଏହି ଅଗ୍ନିକାଣ୍ଡରେ ଧାନ, ଚାଉଳ, ଆସବାବପତ୍ର ସମେତ ପ୍ରାୟ ୫୦ ହଜାର ଟଙ୍କାର ସଂପତ୍ତି ନଷ୍ଟ ହୋଇଛି । ବିଦ୍ୟୁତ୍ ସଟ୍ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଖବରପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । ବିପନ୍ନ ପରିବାର ଏବେ ଖୋଲା ଆକାଶ ତଳେ ଥିବାରୁ ପ୍ରଶାସନ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।


