ଅଙ୍ଗନବାଡି କର୍ମୀଙ୍କ ସହଯୋଗୀ ନିଖୋଜ ; ଏସପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ବ୍ଲକ ବଳରାମପୁର ଗ୍ରାମ ଅଙ୍ଗନବାଡି କେନ୍ଦ୍ରର ହେଲପର ତଥା ବିଧବା ମହିଳା ସୁନୀ କୁମାରୀ ସାହୁଙ୍କ ନିଖୋଜ ଘଟଣା ସଂପର୍କିତ ନେଇ ରମ୍ଭା ଥାନାରେ ମାମଲା ରୁଜୁ କରାଯାଇ ନଥିବା ଯୋଗୁଁ ନିଖୋଜ ମହିଳାଙ୍କ ପରିବାର ଏବଂ ଗ୍ରାମବାସୀ ଗଂଜାମ ଏସ୍ପି ବ୍ରିଜେଶ୍ କୁମାର ରଏଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଛତ୍ରପୁର ନିର୍ବଚନମଣ୍ଡଳୀ ବିଜେପି ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ନିଖୋଜ ହେଲପରଙ୍କ ପରିବାର ଏବଂ ଗ୍ରାମବାସୀ ଗଂଜାମଏସ୍ପିଙ୍କୁ ସାକ୍ଷତ କରି ସୁନୀଙ୍କ ନିଖୋଜ ସମ୍ବନ୍ଧରେ ସମସ୍ତ ବିଷୟ ଜଣାଇଥିଲେ । ଏହି ଘଟଣାରେ ଜନୈକା ଅଙ୍ଗନବାଡି କର୍ମୀ ପରିସର ଭୁକ୍ତ କରାଗଲେ ସୁନୀଙ୍କ ନିଖୋଜ ସଂପର୍କିତ କୌଣସି ସୁରାଗ ମିଳି ପାରିବ ବୋଲି ଏସ୍ପିଙ୍କ ଠାରେ ନିବେଦନ କରିଥିଲେ । ଏହି ଘଟଣାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର ତଦନ୍ତ ନିମନ୍ତେ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ସହ ଜନୈକାଅଙ୍ଗନବାଡି କର୍ମୀ ଙ୍କୁ ଡାକି ଘଟଣା ସଂପର୍କରେ ତନାଘନା କରିବା ପାଇଁ ଗଂଜାମ ଏସ୍ପି ରମ୍ଭା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


