ଅଟୋରୁ ବିଦେଶୀ ମଦ ଜବତ ଜଣେ ଗିରଫ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ପୋଲିସ ଏକ ଅଟୋରୁ ବିଦେଶୀ ମଦ ଜବତ କରି ଜଣକୁ ଗିରଫ କରିଥିବା ସୁଚନା ମିଳିଛି । ଗୁରାଣ୍ଡି ଥାନା ଅଧିକାରୀ ମୁକେଶ ବେହେରା ସୁଚନା ଦେଇଛନ୍ତି,ଗତକାଲି ଗୁରାଣ୍ଡି ପୋଲିସ ଗୋଷାଣି ଛକଠାରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଏପି ୩୦ ୱାଇ ୨୭୮୬ ନମ୍ବର ବିଶିଷ୍ଟ ଏକ ଆଟୋ ସନ୍ଦେହ ଜନକ ଭାବେ ଆସୁଥିବା ଦେଖି ଯାଞ୍ଚ କରାଯାଇଥିଲା । ଏଥିରେ ୩ପେଟି ବିଦେଶୀ ମଦ ଆଟୋରୁ ବାହାରିଥିଲା । ଏହି ଘଟଣାରେ ଗୁରାଣ୍ଡି ଥାନାରେ ୧୦/୨୦ରେ ମାମଲା ରୁଜୁ କରାଯାଇ ଆଟୋ ଚାଳକ ଲକ୍ଷ୍ମଣ ରାଓକୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ