ଅନ୍ତେଇ ହାଇସ୍କୁଲ ୧୯୮୩ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅନ୍ତେଇ ହାଇସ୍କୁଲର ୧୯୮୩ ବ୍ୟାଚ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ସମାରୋହ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପରଲୋକ ଗମନ କରିଥିବା ଦୁଇ ଜଣ ତତ୍କାଳୀନ ଶିକ୍ଷକ ସ୍ୱର୍ଗତ ଧନେଶ୍ୱର ସାହୁ ଓ ସ୍ୱର୍ଗତ କୁଳମଣୀ ତ୍ରିପାଠୀ ଏବଂ ଏହି ବ୍ୟାଚର ୮ଜଣ ଛାତ୍ରଛାତ୍ରୀ ପ୍ରଶନ୍ନ ନାୟକ, ଆଲୋକ ଲେଙ୍କା, ଅମର ନାୟକ, କୁମର ସୁତାର, ନରେନ୍ଦ୍ର ପାତ୍ର, ନରୋତ୍ତମ ତ୍ରିପାଠୀ, ଚିତ୍ତରଞ୍ଜନ ତ୍ରିପାଠୀ ଓ ମିନତୀ ନାୟକଙ୍କ ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହିତ ସେମାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧା ନିବେଦନ କରାଯାଇଥିଲା । ଏହି ହାଇସ୍କୁଲର ବିକାଶରେ ପୁରାତନ ଛାତ୍ରଛାତ୍ରୀଙ୍କ ଭାଗିଦାର ସକାଶେ ସରକାରଙ୍କ ମୋ ସ୍କୁଲ ଅଭିଯାନ ସଂପର୍କରେ ଆଲୋଚନା କରାଯାଇ ଆଗାମୀ ଦିନରେ ଏଥିରେ ସାମିଲ ହେବାକୁ ସମବେତ ପୁରାତନ ଛାତ୍ରଛାତ୍ରମାନେ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ସେହିପରି ସ୍କୁଲରେ ଗୁଣାତ୍ମକ ଶିକ୍ଷାଦାନ ନେଇ ଆଲୋଚନା କରାଯାଇଥିଲା । ଏଥିରେ ଗଣେଶ ଚନ୍ଦ୍ର ସାମଲ, ବିଜୟ କୁମାର ସ୍ୱାଇଁ, ଦୀପକ ରାଉତ, ଅଶୋକ ମହାପାତ୍ର, ଉମାକାନ୍ତ ମହାପାତ୍ର, ମେଘମାଳା ପଟ୍ଟନାୟକ, କ୍ୟୋସ୍ନ୍‌ôାବାଳା ସେନାପତି, ମମତା ସ୍ୱାଇଁ, ରବିନ୍ଦ୍ର ମଲ୍ଲ, ସବିତା ତ୍ରିପାଠୀ, ମନୋଜ ଦାସ, ମନୋଜ ତ୍ରିପାଠୀ, ଜୟନ୍ତୀ ତ୍ରିପାଠୀ, ଚନ୍ଦ୍ରମଣୀ ସେଠୀ, ନରେନ୍ଦ୍ର ସାହୁ, ଶିଶିର ଲେଙ୍କା, ସରୋଜ ମଲ୍ଲ, ସଞ୍ଜୟ ରାଉତ, ମମତା ପଟ୍ଟନାୟକ,ନାରାୟଣ ନାୟକ, ସୁଲଭ ମହାନ୍ତି, ଗୋପବନ୍ଧୁ ତ୍ରପାଠୀ, ଭାରତୀ ପାତ୍ର, ପ୍ରମିଳା ମହାନ୍ତି, ଭାଗବତ ସ୍ୱାଇଁ, ବିରକିଶୋର ରାଉତ, ବିଜୟ ଓଝା, କୌଶିକ ବେହେରା, ନିରଞ୍ଜନ ଲେଙ୍କା, ବିଚିତ୍ରା ମହାନ୍ତି ପ୍ରମୁଖ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ