ଅନ୍ଧକାର ଘେରରେ ଛାତ୍ରଛାତ୍ରୀ
ଭୁବନେଶ୍ୱର,(ୱାଇଏନ୍ଏସ୍): ଆଜିର ଶିଶୁ କାଲିର ନାଗରିକ ,ସବୁ କ୍ଷେତ୍ରରେ ଆଗକୁ ବଢିବାକୁ ହେଲେ ପିଲାଙ୍କୁ ପ୍ରଥମେ ନିଜର ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ କାହିଁକିନା ବିନା ଶିକ୍ଷାରେ କୌଣସି କାର୍ଯ୍ୟ ସମ୍ଭବ ହୋଇପାରିବ ନାହିଁ | କିନ୍ତୁ ବର୍ତ୍ତମାନର ଏହି କୋରନା ମହାମାରୀ ପିଲାଙ୍କ ଉଜ୍ବଳ ଭବିଷ୍ୟତକୁ ବର୍ବାଦ କରିବାରେ ଲାଗିଛି | ସରକାରଙ୍କ ବଡ ଅଜବ ନିଷ୍ପତି ସବୁ କିଛି ଖୋଲିବା ପାଇଁ ଓ କାର୍ଯ୍ୟକାରୀ ହେବା ପାଇଁ ସରକାର ଅନୁମତି ଦେଇ ସାରିଲେଣି କିନ୍ତୁ ଦୀର୍ଘ ୮ ମାସ ବିତି ଗଲାଣି ଶିକ୍ଷାକୁ ନେଇ କୌଣସି ଉତ୍ତର ପିଲାଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରି ନାହିଁ | ଦୀର୍ଘ ୮ ମାସ ଧରି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ କେବେ ଖୋଲିବ ସେ ନେଇ କୌଣସି ନିଷ୍ପତି ଆଜିଯାଏ ହୋଇପାରି ନାହିଁ | ପ୍ରତି ବର୍ଷ ମାର୍ଚ୍ଚ ମାସରୁ ଶିକ୍ଷାନୁଠାନ ଆରମ୍ଭ ହେଉଥିବା ବେଳେ ଏ ବର୍ଷ କିନ୍ତୁ ଶିକ୍ଷା ଆରମ୍ଭ ହୋଇପାରିଲା ନାହିଁ ,ପୁଣି ମାର୍ଚ୍ଚ ମାସକୁ ୫ ମାସ ବାକି ରହିଲା, ସିଲାବସ ବଢିବ କି କମିବ ଏ ନେଇ ମଧ୍ୟ ଶିକ୍ଷାମନ୍ତ୍ରୀ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ଶୁଣାଇନାହାନ୍ତି | ଯଦି ଶିକ୍ଷା ବର୍ଷ ବଢେ ତେବେ ପିଲାଙ୍କର ଏକ ବର୍ଷ ପାଣିରେ ପଡିବ | ଯଦି ସିଲାବସ କମିଯାଏ ତେବେ ଛାତ୍ରଛାତ୍ରୀ ମାନେ କେଉଁ ବିଷୟକୁ ପଢିବେ ସେ ବିଷୟରେ ମଧ୍ୟ ସେମାନେ ଜାଣିପାରୁ ନାହାନ୍ତି | ଏସବୁ କୁ ନେଇ ବହୁ ଛାତ୍ରଛାତ୍ରୀ ମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି | ସେମାନଙ୍କ କହିବା କଥା ସରକାର ରାଜସ୍ୱ ଲୋଭରେ ମଦ ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାନୁଷ୍ଠାନକୁ ଖୋଲା ରଖିଛନ୍ତି,ବିଭିନ୍ନ ଗ୍ରାମରେ ଟିଉସନ ମଧ୍ୟ ଆରମ୍ଭ ହୋଇସାରିଲାଣି,ଲୋକ ମାନେ ବିଭିନ୍ନ ସ୍ଥାନକୁ ଯାତାୟାତ ମଧ୍ୟ କରିବା ଆରମ୍ଭ କରି ସାରିଲେଣି,ଏସବୁ କାର୍ଯ୍ୟ ବେଳେ କୋରନା ମହାମାରୀ ରୋଗ ବ୍ୟାପୁ ନାହିଁ | କେବଳ ସ୍କୁଲ ଓ ମହାବିଦ୍ୟାଳୟ ଖୋଲିଲେ ହିଁ କୋରନା ବ୍ୟାପିବ | ଏହା ସହ କହିଛନ୍ତି ଯଦି ଏପରି ଭାବରେ ଶିକ୍ଷା ନୀତି ଚାଲେ ଆଉ ଶିକ୍ଷା ବର୍ଷ ବଢି ଚାଲେ ତେବେ ଚାକିରୀ ପାଇଁ ମଧ୍ୟ ବୟସ ସୀମା ବଢାଇବାକୁ ପଡିବ, ପ୍ରାୟ ଅନେକ ଶିକ୍ଷାନୁଷ୍ଠାନ ଅନଲାଇନ ମାଧ୍ୟମରେ ସମସ୍ତ ବିଷୟ ପାଠ ପଢା ଯାଉଛି ଫଳରେ ଛାତ୍ରଛାତ୍ରୀ ମାନେ କେଉଁ ପାଠ ପଢ଼ାଯିବ ଏବଂ କେଉଁ ପାଠ ଏଥିରୁ ବାଦ ପଡିବ ତାହା ଜାଣିନପାରି ସେମାନଙ୍କ ମଧ୍ୟରେ ମାନସିକ ଚାପ ବୃଦ୍ଧି ପାଉଛି | ସାଧାରଣରେ ଚର୍ଚ୍ଚା ଯେ ୨୦୨୦ ରେ ନିର୍ବାଚନ ହୋଇପାରିବ କିନ୍ତୁ ପିଲାଙ୍କ ଭବିଷ୍ୟତ ପାଇଁ କାହାର ଚିନ୍ତା ନାହିଁ,. ଏପରି ଯଦି ଆଗକୁ ଚାଲୁରହେ ତେବେ ସବୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ ସେମାଙ୍କର ସବୁ ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଯିବ | ତେଣୁ ସର୍ବପ୍ରଥମେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଚିନ୍ତା କରାଯାଉ |


