ସୁଧୁରିନି ଜାତୀୟ ରାଜପଥର ଦୁର୍ଦଶା

ମୋହନା,(ଅଂଶୁମାନ ପଣ୍ଡା): ରାଜ୍ୟ ସରକାରଙ୍କ ହାତ ପାଣ୍ଠିରୁ ଉର୍ଣ୍ଣତି ମୂଳକ କାମ କରୁଥିବା ବେଳେ ବିଭିନ୍ନ ସମୟରେ ରାଜ୍ୟ ସରକାର ବିଜ୍ଞାପନ ଦେଖାଉଛନ୍ତି ଗଣମାଧ୍ୟମରେ,ହେଲେ ତାହା ସବୁ ମିଛ, ସେଭଳି କେନ୍ଦ୍ର ସରକାର ଗାଁ ଗାଁ କୁ ରାସ୍ତ ଘାଟ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ରାଜ୍ୟ ସରକାରଙ୍କୁ ଦେଉଛନ୍ତି ହେଲେ ତାହାର ଉପଯୁକ୍ତ ବ୍ୟବହାର ନକରି ପିସି କାରବାର କରି କିଛି ସହକାରୀ ଯନ୍ତ୍ରୀ ଓ ଉପରସ୍ତ ଅଧିକାରୀ ମାନେ ମୋଟା ଅଙ୍କରେ ପିସି ନେଇ କାମ ଚାଲିଥିବା ସ୍ଥାନକୁ ନଯାଇ ବିଲି କରିଦିଅନ୍ତି | ଏପରି ବିଭିନ୍ନ ସମୟରେ ରାସ୍ତା ଗୁଡ଼ିକ ନିର୍ମାଣ ପାଇଁ ପଚାରିଲେ ଉତ୍ତର ମିଳୁଛି ପାଞ୍ଚ ବର୍ଷ ପାଇଁ ସେମାନେ ମରାମତି କରିବେ ହେଲେ ତାହା କାଗଜ କଲମରେ ହିଁ ରହିଯାଏ କାରଣ ଯନ୍ତ୍ରୀ ହଁ ଠିକାଦାର କାମ କରି ଟଙ୍କା ଲୁଟୁଛନ୍ତି ଜାଫଳରେ ସାଧାରଣ ଲୋକେ. ଗାଡ଼ି ଚାଳକ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି | ଏଠି ସରକାରଙ୍କ ମୋ ସରକାର ଯୋଜନା ମଧ୍ୟ ଫେଲ,ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୋହନାରେ, ମୋହନା ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟ ଠାରୁ ମାତ୍ର ୫ କିମି ଜାତୀୟ ରାଜପଥ ୩୨୬ ଠାରୁ ବନ୍ଧାଗୁଡ଼ା ଦୁଇ କିମି ରାସ୍ତା, ଏହି ରାସ୍ତା ଟି ନିର୍ମାଣ ୨୦୧୮ରେ କରାଯାଇଥିଲା | ଠିକାଦାର ସୁନିଲ କୁମାର ମହାନ୍ତି, ହେଲେ ଏହି ରାସ୍ତାଟି ନିମ୍ନ ମାନର ନିର୍ମାଣ ହେଇଥିବାରୁ ଗୋଟିଏ ବର୍ଷ ହେଲାଣି ପିଚୁ ଉଠି ରହିଛି ତାହା ସହ ଅଳ୍ପ ବର୍ଷାରେ ପୁରା ପିଚୁ ଧୋଇ ହୋଇ ଦୁଇପଟରୁ ଖାଲ ହୋଇ କାଦୁଅ ହାଇଥିବାରୁ ଲୋକଙ୍କ ଯିବା ଆସିବାରେ ବାଧା ସୃଷ୍ଟି ହେବା ସହ ଗାଡ଼ି ଦବି ରହିଯାଉଛି |ଏହି ବିଷୟରେ ନିର୍ବାହି ଅଧିକାରୀ ରବିନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ତୁରନ୍ତ ମରାମତି କରାଯିବ, ତେବେ ଦେଖା ଯାଉ ଏହି ପିସି କାରବାର କେବେ ବନ୍ଦ ହେବ ଓ କୋଟି କୋଟି ଟଙ୍କା ଦେଇ ମୋହନା ନିର୍ବାହୀ ଯନ୍ତ୍ରୀ ପଦବୀ ପାଇଁ ଲୋଭ କରୁଥିବା ଅଧିକାରୀ ମାନେ କେତେ ମାତ୍ରରେ ଲୋକଙ୍କୁ ଭଲ ରାସ୍ତା ଯୋଗାଇ ପାରିବେ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ