ଅନ୍ୟଦଳ କର୍ମୀଙ୍କ ବିଜେଡିରେ ଯୋଗଦାନ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବିଜେଡି କାର୍ଯ୍ୟାଳୟ ଠାରେ ଆଜି ବୟାବନାପୁର ପଞ୍ଚାୟତର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ଯୁବ ସଭାପତି ଲଳିତ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସକାନ୍ତି ସାମଲ ଯୋଗଦେଇଥିଲେ। ଏହି ଅବସରରେ ପ୍ରାୟ ୧୫ରୁ ୨୦ ପରିବାର ଅନ୍ୟ ଦଳ ପରିତ୍ୟାଗ କରି ବିଜେଡି ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଦଳରେ ସାମିଲ ହୋଇଥିଲେ। ସମ୍ପାଦକ ଶ୍ରୀ ସାମଲ ନୂତନ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିବା ବେଳେ ଆଗାମୀ ପଂଚାୟତ ନିର୍ବାଚନରେ ବିଜେଡିକୁ ସଶକ୍ତ କରିବା ସହ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ଯୁବନେତା ଉତ୍କଳ କେଶରୀ ମହାନ୍ତି, ବିଜେଡି ନେତା ଲକ୍ଷ୍ମୀଧର ସାହୁ, ଦେବେନ୍ଦ୍ର ଦାସ, ଜ୍ୟୋତିପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ