ଅନ୍ଲାଇନ ପରୀକ୍ଷା କରିବା ଦାବି : ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର (ଦେବଦତ୍ତ ମହାରଣା): କରୋନା ମହାମାରୀ କାରଣରୁ ବିଦ୍ୟାର୍ଥୀମାନଙ୍କ ପାଠ ବ୍ୟାହତ ହୋଇଥିବା ବେଳେ ଅନଲାଇନ୍ ଉପରେ ନିର୍ଭର କରୁଛନ୍ତି । ବିଗତ କିଛି ମାସ ହେଲା ପାଠ୍ୟ କ୍ଷେତ୍ରରେ ସୁଧାର ଆସିଥିଲେ ମଧ୍ୟ ପୁଣି କରୋନାର ଦ୍ୱିତୀୟ ଲହର ଫଳରେ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀମାନେ ଅଫଲାଇନ ପରୀକ୍ଷାକୁ ବିରୋଧ କରି ବିକ୍ଷୋଭ ଓ ଧାରଣା ଦେବା ସହ ଅନଲାଇନ୍ ପରୀକ୍ଷା କରିବାକୁ ଦାବି କରିଥିଲେ । ବିଦ୍ୟାର୍ଥୀ ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଅନଲାଇନ୍ ପରୀକ୍ଷା କରାଯିବାକୁ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ଦାବି କରିଛି । ଅଫଲାଇନ୍ ପରୀକ୍ଷା ବନ୍ଦ କରି ଅନଲାଇନ୍ ପରୀକ୍ଷା କରିବା ଦାବି ନେଇ ଶୁକ୍ରବାର ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଛାତ୍ର ନେତା ବିକାଶ ପଶୁପାଳକ, ଗଞ୍ଜାମ ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, କ୍ରାନ୍ତି ଯୁବଛାତ୍ର ସଂଗଠନର ସଭାପତି ଇଜୁ ଆମିନ୍ ଖାନ୍, ଛତ୍ରପୁର ନଗର କଂଗ୍ରେସ ସଭାପତି ଜଲାଲ ଖାନ୍, ଶିବ ପ୍ରସାଦ ବେହେରା, ଦେବାଶିଷ ମହାନ୍ତି, ନୀଳମାଧବ ସାହୁ, ରାକେଶ କୁମାର ଆଚାର୍ଯ୍ୟ, ତୋଫାନ ପ୍ରଧାନ, ନାରାୟଣ ଜେନା, ସୁନୀଲ କୁମାର ଚୌଧୂରୀ, ଅମିତ୍ କୁମାର ନାୟକ, ବି.ମନୋଜ, ମହେଶ କୁମାର ଗୌଡ, ବିପିନ ସେଠୀ, ସଂଜୟ ମଲ୍ଲିକ, ସହଦେବ ରେଡ୍ଡି, ଆଦିତ୍ୟ କୁମାର ଦାସ, ଅନିଲ ନାୟକ, ସହୋନ ନାୟକ ଓ ଶିବ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


