ଅବସରପ୍ରାପ୍ତ କୃଷି କର୍ମଚାରୀଙ୍କ ପରଲୋକ
ହାଟଡିହିି, (ବିକାଶ ବିଶ୍ୱାଳ):ଓଡିଶା ସରକାରଙ୍କ କୃଷି ବିଭାଗ ଅଧିନରେ କାର୍ଯ୍ୟକରି ଅବସର ଜୀବନ ବିତାଉଥବବା କୃଷିକର୍ମଚାରୀ ବାବାଜି ଚରଣ ସାହୁଙ୍କର ପରଲୋକ ହୋଇଯାଇଛି । ସେ ହଠାତ ଅସୁସ୍ଥ ହୋଇପଡିବାରୁ ଗତକାଲି ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପରଲୋକ ଘଟିଥିଲା । ସେ ଜଣେ ଆମାୟିକ, ଦକ୍ଷ, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତି ତôଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ଡାକ୍ତରଖାନାରୁ ତାଙ୍କ ନିଜ ବାସଭବନ ଶିବନାରାୟଣପୁର କୁ ଅଣାଯିବାପରେ ର୍ପୁତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ପ୍ରଭାକର ଖଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ତାଙ୍କପରଲୋକରେ ପୁର୍ବତନ ଜିଲ୍ଲା କୃଷି କର୍ମଚାରୀ ସଂଘର ସଭାପତି ନାରାୟଣ ପଣ୍ଡା, ପୁର୍ବତନ ଜିଲ୍ଲା କୃଷି କର୍ମଚାରୀ ସଂଘର ଉପସଭାପତି ଧୁମକେତୁ ଦାସ, ପୁର୍ବତନ ହାଟଡିହି ବ୍ଲକ ସଭାପତି ରଙ୍ଗାଧର ପୁହାଣ, ବୟୋଜ୍ୟେଷ୍ଠ ଆଧ୍ୟାତ୍ମିକ କବି ପ୍ରଭାକର ରାଉଳ, ଯୋଗେନ୍ଦ୍ର ଦାସ, ଜିଲ୍ଲା ସଂଘ ସମ୍ପାଦକ ଶତୃଘ୍ନ ପତି ପ୍ରମୁଖ ଗଭୀର ଶୋକପ୍ରକାଶ କରି ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କ ମରଶରୀରକୁ ଏକ ଶେଭାଯାତ୍ରାରେ ନିଆଯାଇ ବୈତରଣୀ ନଦୀ କୁଳେରେ ୋଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯେଇଥିଲା ।


