ଅବସରପ୍ରାପ୍ତ ଶିକ୍ଷକଙ୍କ ଏକାଦଶାହରେ ପୁରାତନ ଛାତ୍ର ସଂଘ ତରଫରୁ ସ୍ମୃତି ଚାରଣ ସଭା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ପୁରାତନ ଛାତ୍ର ସଂଘ ଆନୁକୂଲ୍ୟରେ ସ୍ବର୍ଗତ ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ମହାପାତ୍ର(୮୨)ଙ୍କ ରବିବାର ଦିନ ଏକାଦଶାହରେ ପୂର୍ବାହ୍ନରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଳନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଜନ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସାର୍ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଅଶ୍ରୁଳ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା । ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ସାର୍ ଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ ।ସୁଧୁରିବାରେ ଭଦ୍ରକ ଜିଲ୍ଲାରୁ ଆସି ମୟୂରଭଂଜ ଜିଲ୍ଲାରେ ତାଙ୍କର ଚାକିରି ଆରମ୍ଭ ଓ ଅବସର ନେଇଥିଲେ । ମୟୂରଭଂଜ ଜିଲ୍ଲାର କୁଳିଅଣା,ତିରିଂ ସରକାରୀ ହାଇସ୍କୁଲ,ଝରାଡିହି ଏମଇ ସ୍କୁଲ,ବହଳଦା ହାଇସ୍କୁଲ,ହଳଦା ଏମଇ ସ୍କୁଲ, ରାଇରଙ୍ଗପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକତା କରିଥିଲେ ।ସେ ଜଣେ ଅମାୟିକ,ଶାନ୍ତ, କର୍ତ୍ତବ୍ୟ ନିଷ୍ଠ, ଭଦ୍ରକ,ମେଳାପୀ,ଛାତ୍ର ବତ୍ସଳ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ ।ପୁରାତନ ଛାତ୍ର ମାନେ ସାର୍ ଙ୍କ ସଂସ୍ପର୍ଶରେ ସେମାନଙ୍କର ଅନୁଭୂତିକୁ କୋହଭରା ଭାଷାରେ କହିଥିଲେ ।ଏହି ପୂଜ୍ୟପୂଜା କାର୍ଯ୍ୟ କ୍ରମରେ ରାଇରଙ୍ଗପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ରଂଜନ ନନ୍ଦ,ଶିକ୍ଷକ ଲକ୍ଷ୍ମଣ ମାରାଣ୍ଡି, ଲିଟିଲ୍ ଫ୍ଲାଓ୍ବାର ଇଂରାଜୀ ମିଡିୟମ ସ୍କୁଲ ଅଧ୍ୟକ୍ଷ କାଳିପ୍ରସନ୍ନ ମହାନ୍ତି, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବିଜୟ ରାମ, ରାଇରଙ୍ଗପୁର ଟେକ୍ନୋଓ୍ବାର୍ଲଡ +୩ ଅଧ୍ଯକ୍ଷ ସୂର୍ଯ୍ୟକାନ୍ତ ଘଟଣା, ପଶ୍ଚିମ ମୟୂରଭଂଜ ବିଜେପି ମିଡ଼ିଆ ପ୍ରଭାରୀ କିଶୋର ରଜକ, ସମାଜସେବୀ ରିତେଶ ଆଠଗରା, ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁବଳ ଦାସ ମହାପାତ୍ର, ଶିକ୍ଷୟତ୍ରୀ ସସ୍ମିତା ମହାପାତ୍ର, ରାଇରଙ୍ଗପୁର ସଂଗୀତ ନାଟକ ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷ ମେଘନାଦ ହେମ୍ବ୍ରମ, ସାମ୍ବାଦିକ ଜିତେନ୍ଦ୍ର ଅଗ୍ରୱାଲ, ସାମ୍ବାଦିକ ପରେଶନାଥ ଷଡ଼ଙ୍ଗୀ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ