କାଠ ବିକି ଚଳୁଛି ତେଲ ଲୁଣ;ପ୍ରଶାସନ କାମ ଦେବାରେ ଫେଲ
ମୋହନା,(ଅଂଶୁମାନ ପଣ୍ଡା): କେନ୍ଦ୍ର ଓ ରାଜ୍ୟ ସରକାର ମହାମାରୀ କରୋନା ସମୟରେ କାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ ଡାଲି ବାଣ୍ଟିଲେ | ହେଲେ ମଧ୍ୟ୍ୟବିତ୍ତ ଲୋକଙ୍କୁ ଭୁଲିଗଲେ, ଏପରିକି ବିଭିନ୍ନ ଜାଗାରେ ଭାଷଣ ମାରନ୍ତି ଆମେ ଲୋକଙ୍କୁ କାମ ଯୋଗାଉଛୁ | ମନରେଗା ଏନ ଆର ଜି ଏସରେ ମଧ୍ୟ କାମ ପାଇ ପାରୁନାହାନ୍ତି, ଗ୍ରାମରୋଜଗାର ସେବକ ଜିଲ୍ଲା ପ୍ରଶାସନ କିଛି ଜାଣି ପାରୁନହନ୍ତି | ଏହିଭଳି ଘଟଣା ଦେଖାଯାଇଛି ମେରାପୁଲି ପଞ୍ଚାୟତର ତୁଆଗୁଡା,ଖଲିଙ୍ଗି,ମହୁଲପଦା ଭଳି ବିଭିନ ଦୁର୍ଗମ ଅଞ୍ଚଳ ଗାଁ ଗୁଡିକରେ| ନିଜ ପରିବାର ପୋଷଣ ପାଇଁ ପ୍ରତେକ ଦିନ ସକାଳୁ୧୦କିମି ରୁ୪କି.ମି ଚାଲିବା କୁ ପଡ଼ିଥାଏ ଏହି ମହିଳା ମାନକୁ | ଜଙ୍ଗଲରେ ଭୟ ଛାଡି ପରିବାର ପିଲାଙ୍କୁ ପୋଷିବା ପାଇଁ ବହୁ କଷ୍ଟ କରିବାକୁ ପଡ଼ିଥାଏ ଏମାନଙ୍କୁ| ମହାମାରୀ କରୋନା ସମୟରେ ସରକାର ଚାଉଳ ଡାଲି ଦେଲେ କିନ୍ତୁ ତେଲ ପିଆଜ, ଆଳୁ ଲୁଣ କିଣିବାପାଇଁ ପଇସା ନଥିବା ରୁ ଏମାନେ ଜଙ୍ଗଲ ରୁ ଜାଲେଣୀକାଠ ଆଣି ହୋଟେଲ, ଘର ଗୁଡିକରେ ବିଡ଼ା ୫୦ଟଙ୍କାରେ ବିକ୍ରି କରି ପରିବାର ପୋଷୁଛନ୍ତି |ଏହି ଗରିବ ପରିବାର ଆଜି ସକାଳୁ ୪୦ରୁ ଉର୍ଦ୍ଧ ମହିଳା ଜଙ୍ଗଲରୁ କାଠ ଆଣି ଲୁହାଗୁଡି ହୋଟେଲ ରେ ବିକ୍ରି କରିବାକୁ ଯାଉଥିବା ବେଳେ ଆମେ ଦେଖି ପଚାରିବାରୁ ସେ କହିଛନ୍ତି ଜିଲ୍ଲା ଓ ବ୍ଲକରେ କିଛି କାମ ନ ମିଳିବାରୁ ଆମେ ଏଭଳି କଷ୍ଟ କରିବାକୁ ପଡୁଛି |ଅପର ପକ୍ଷେ ବିି ଡ଼ି ଓ ବଂଶୀଧର ଖୋସଲା କହିଛନ୍ତି ତୁୁୁରନ୍ତ ସେମାନେ କାମ ପାଇବେ |


