ବିବିଧ ସମସ୍ଯାକୁ ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରାଓ

ବାଲେଶ୍ଵର,(ଓ୍ବାଇଏନ୍ଏସ୍): ଭାରତୀୟ ଜନତା ପାର୍ଟି, ସଦର ନିର୍ବାଚନମଣ୍ଡଳୀର ପଞ୍ଚାୟତ ଓ ନଗରର ବହୁ ବିଧ ସମସ୍ୟାକୁ ନେଇ ସଦର ନିର୍ବାଚନମଣ୍ଡଳୀ ସଂଯୋଜକ ମାନସ କୁମାର ଦତ୍ତଙ୍କ ନେତୃତ୍ବରେ ସ୍ଥାନୀୟ ସଦର ବ୍ଲକ ଅଫିସ ଓ କାଳୀ ମନ୍ଦିର ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଘେରାଓ ହୋଇଥିଲା । ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧ୍‌ ଓ ପ୍ରମୁଖ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ରାସନ କାର୍ଡ ବଣ୍ଟନରେ ପାତର ଅନ୍ତର ନୀତି, ଭତ୍ତା ହିତାଧିକାରୀ ଚୟନରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବଣ୍ଢନରେ ବ୍ୟାପକ ଦୁର୍ନୀତି ଓଚଞ୍ଚକତା, ଏସ.ପି.ଏଫ ରେ ମଞ୍ଜୁର ହୋଇଥବା ଅର୍ଥକୁ ନିର୍ବାଚିତ ପ୍ରତିନିଧୀମାନଙ୍କ ଜରିଆରେ ଖର୍ଚ୍ଚ କରାଇବା, ମନରେଗା ଯୋଜନାରେ ଶ୍ରମିକମାନଙ୍କର ମଜୁରୀକୁ ତୁରନ୍ତ ପ୍ରଦାନ କରିବା ଓ ବ୍ଲକର ଅଫିସରମାନେ ଶାସକ ଦଳର ପ୍ରୀତି ଛାଡି ଗରିବ ଜନତାର ମୌଳିକ ସୁବିଧା ପୁରଣ ପାଇଁ ନିଜ କାର୍ଯ୍ୟକୁ ସଠିକ ଭାବେ ତୂଲାଇବା ଇତ୍ୟାଦି ଦାବୀରେ ଧାରଣା ଓ ଆନ୍ଦୋଳନ ହୋଇଥିଲା ଓ ଉକ୍ତ ଦାବୀଗୁଡିକ ଯଥାଶୀଘ୍ର ପୁରଣ ନ ହେଲେ ଗରିବ ଲୋକ ଆଇନକୁ ହାତେଇବା ପାଇଁ ପଛାଇବେ ନାହିଁ ବୋଲି ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ ।ସେହିଭଳି ବାଲେଶ୍ଵର ସହରର ବହୁବିଧ ବିଦ୍ୟୁତ ସମସ୍ୟାକୁ ନେଇ ବାଲେଶ୍ଵର ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାଳୀ ମନ୍ଦିର ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ନଗର ଶାଖା ତରଫରୁ ଧାରଣାରେ ବସିଥିଲେ । ବାରମ୍ବାର ଅଘୋଷିତ ବିଜୁଳି କାଟ, ଅହେତୁକ ବିଦ୍ୟୁତ ବିଲ୍‌ରେ ବୃଦ୍ଧି,ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିନା ପାତର ଅନ୍ତରରେ ସଠିକ ହିତାଧ୍ଵକାରୀ ଚୟନ ଓ ବିଦ୍ୟୁତ ସଂଯୋଗ, ସହର ମଧ୍ୟରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ଖୁଣ୍ଟ ଗୁଡିକୁ ମରାମତି କିମ୍ବା ସ୍ଥାନାନ୍ତର କରାଯାଉ, ସହର ମଧ୍ୟରେ ଥବା ସମସ୍ତ ଫ୍ୟୁଜ କଲ ଅଫିସକୁ କାର୍ଯ୍ୟକ୍ଷମ କରାଇବା ଇତ୍ୟାଦି ଦାବୀ ନେଇ ଏକ ସ୍କାରକ ପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର,
ଶୁଭଙ୍କର ମହାପାତ୍ର, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ବାଇଁ, ସୁଜିତ ଦେବ, ମିହିର ପାଣି, ପ୍ରଦୀପ ପତି, ଗଙ୍ଗାଧର ରାଉତ, ସତ୍ୟଜିତ ମିଶ୍ର, ପ୍ରବୀର ଶଙ୍କର ଦାସ, ଲୋକନାଥ ଭୂୟାଁ, ମନୁୟ ଦାସ, ଅନ୍ତର୍ଯ୍ୟାମୀ ବେହେରା, ସର୍ବେଶ୍ବର ମହାନ୍ତି, ଶ୍ରୀକାନ୍ତ ମହାପାତ୍ର, ଅନୁପୂର୍ଣ୍ଣା ମଣ୍ତଳ, ସତ୍ୟଭାମା ରାଉତ, ସାନିଆ ମୁର୍ମୁ, ଜୟନ୍ତୀ ମୁର୍ମୁ କାଳିଚରଣ ମାଝୀ, ରଶ୍ବିତା ମଣ୍ତଳ, ଅମିକା ବେହେରା, ଅନୀଲ ପାତ୍ର, କାର୍ଝିକ ରାଭତ, ତପନ ଗିରି, ବିଜୟ ଦାସ, ଜୀବନ ପାତ୍ର, ମଣୁ ପେରିୱାଲ, ଲକ୍ଷ୍ମୀକାନ୍ତ ବେହେରା, ଧୀରଜ ମହାନ୍ତି, ମାଧବାନନ୍ଦ ସାହୁ, ବିବେକାନନ୍ଦ ରାଉତ, ସୁସ୍ମିତା ପଣ୍ଡା, ସସ୍ମିତା ଚାନ୍ଦ,ଶ୍ରୀୟା ଦାସ, ଅରୁପ ଜେନା, ପବନ କମିଳା, ସରୋଜ ହାଜରା, ସେଖ ହଲିମ, ଭତ୍ତମ ପ୍ରଧାନ, ତରୁଣ ବର୍ନ, ବସନ୍ତ ନାୟକ,ଅଶୋକ ଦାସ,ରାକେଶ ପାଢୀ, ପ୍ରତାପ ପ୍ରଧାନ, ସ୍ବାଧୀନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ