ଅବାରସିଂ ଠାରେ କାର ଓଲଟି ୭ଜଣ ଆହତ, ୨ଜଣଙ୍କ ଅବସ୍ଥା ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର.ଉଦୟଗିରି ଅନ୍ତର୍ଗତ ଅବାରସିଂ ଗ୍ରାମ ନିକଟରେ ଏକ ସଡକ ଦୁର୍ଘଟଣାରେ ୭ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ପାରଳାଖେମୁଣ୍ଡି ଠାରୁ ମୋହନା ଯାଉଥିବା ଗାଡି ନଂ-ଏପି୩୦ବିଏଫ-୮୭୬୯ କାରଟି ଅବାରସିଂ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଓଲଟି ପଡିଥିଲା । ସେଥିରେ ବସିଥିବା ୭ଜଣ ଲୋକ ଆହୋତ ହୋଇଥିଲେ ।ସ୍ଥାନୀୟ ଲୋକ ଓ ‘ପିସ୍’ ସ୍ୱେଚ୍ଚାସେବୀ ଅନୁଷ୍ଠାନର କିଛି କର୍ମକର୍ତ୍ତା ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଆର.ଉଦୟଗିରି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ । ସେଠାରେ ୨ଜଣଙ୍କ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଆର. ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବାର ଜଣାପଡିଛି ।


