ଅଭିଭାବକଙ୍କ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ୍‌

ଗଜପତି,(ଯୁଗାବ୍ଦ ନ୍ୟୁଜ୍‌): ରାଜ୍ୟ ସରକାର ଓ କେନ୍ଦ୍ର ସରକାର ତରଫରୁ ପ୍ରତି ବର୍ଷ ବିଦ୍ୟାଳୟ ନିର୍ମାଣ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀ ମାନଙ୍କର ବିକାଶ ନିମନ୍ତେ ଉଭୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା ଗଜପତି ଜିଲ୍ଲା ମୋହନା ବ୍ଲକରେ ତାହା ସଂମ୍ପୂର୍ଣ୍ଣ ଓଲଟା ଚିତ୍ର ଦେଖିବାକୁ ମିଳିଛି । ଗତ କିିଛି ଦିନ ତଳେ ଗ୍ରାମବାସୀ ମାନଙ୍କ ତରଫରୁ ସ୍କୁଲରେ କୈାଣସି ଶିକ୍ଷକ ଓ ଶିକ୍ଷୟତ୍ରୀ ଅନୁପସ୍ଥିତ ରହୁଥିବା ନାଳୀଘାଟ ବିଦ୍ୟାଳୟ କତ୍ତୁପକ୍ଷଙ୍କ ନିକଟରେ ଅଭିଯୋଗ ଆଣିବାର ୧୫ ଦିନ ବିିତିଯାଇଥିଲେ ମଧ୍ୟ ସରକାରୀ ଦରମା ପାଇ ମଧ୍ୟ ଅନୁପସ୍ଥିତି ରହୁଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିସହ ବିଭିନ୍ନ ସମୟରେ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ଛୁଟି ଆବେଦନ ପତ୍ର ନଦେଇ ଛୁଟିରେ ରହିଥିବାର ନଜିର ରହିଥିବା ବେଳେ ଶିକ୍ଷା ଅଧିକାର ଦାଇତ୍ୱରେ ଥିବା ଯୁଦ୍ଧିଷ୍ଟିର ବେହେରା ଗସ୍ତର କରିଥିଲେ । ଏହା ସହ ବିନା ଆବେଦନ ପତ୍ରରେ ଛୁଟିରେ ରହିଥିବାରୁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ଅନୁପସ୍ଥିତି ଥିବା ଯୋଗୁଁ ୩ ଦିନ ଭିତରେ କାରଣ ଦର୍ଶାଅ ନୋଟିସ ଜାରୀ କରିଛନ୍ତି । ଏଥିସହ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଅନୁପସ୍ଥିତି ରହୁଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ