ଅଭିଯୋଗକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଅଭିଯୋଗ

ନାଉଗାଁ, (ଓ୍ବାଇଏନ୍ଏସ୍) : ଜାମୁଗାଁ ପଂଚାୟତସ୍ଥିତ ନନ୍ଦିଗ୍ରାମର ଶତାଧିକ ଜବକାର୍ଡଧାରୀ ଶୁକ୍ରବାର ବିଡିଓ ରଶ୍ମିରେଖା ମଲ୍ଲିକଙ୍କ ଜରିଆରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜବକାର୍ଡ ସମ୍ବନ୍ଧରେ ହୋଇଥିବା ମିଥ୍ୟା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗ ପ୍ରଦାନ କରିଛନ୍ତି । ଜବକାର୍ଡଧାରୀ ଦିଲ୍ଲିପ କୁମାର ପାଢୀ, କମଳ ଲୋଚନ ପାଢୀ, ବୈଷ୍ଣବ ପରିଡା, କେଦାର ମହାନ୍ତି, ଗିରିଶଚନ୍ଦ୍ର ପାଢୀ ସମେତ ଶତାଧିକ ଜବକାର୍ଡଧାରୀଙ୍କ ସ୍ୱାକ୍ଷରରେ ଏହି ଅଭିଯୋଗ ପ୍ରଦାନ କରାଯାଇଛି । ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ବ୍ରାହ୍ମଣ ଶ୍ମଶାନଙ୍କୁ ଏକ ରାସ୍ତା ନିର୍ମାଣ ପାଇଁ ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ଏକ ପ୍ରକଳ୍ପ ଅନୁମୋଦନ ହୋଇଥିଲା ।ଏହି ପ୍ରକଳ୍ପ ପାଇଁ ୭୩ ଜଣ ଜବକାର୍ଡଧାରୀ ପରିଶ୍ରମ କରି ରାସ୍ତାଟିକୁ ନିର୍ମାଣ କରିଥିଲେ । ବର୍ତମାନ ମହାମାରୀ କରୋନା ସମୟରେ ଶ୍ରମିକମାନେ କାମଧନ୍ଦା ପାଉ ନଥିବା ବେଳେ ଉକ୍ତ କାର୍ଯ୍ୟ ଦ୍ୱାରା କିଛି ଆର୍ôଥକ ରୋଜଗାରର ସହାୟକ ହୋଇଥିଲା । ରାସ୍ତା ନିର୍ମାଣ ବେଳେ ଘୋଡାଂଶ ପଂଚାୟତର ଜୈନିକ ଅସାମାଜିକ ବ୍ୟକ୍ତି ଶ୍ରମିକମାନଙ୍କୁ ବଟି ମାଗିଥିଲେ । ଶ୍ରମିକମାନେ ବଟି ନଦେବାରୁ ଜୈନିକ ଯୁବକ ମେସିନ ଫଟୋ ସହିତ ଉକ୍ତ ରାସ୍ତାକୁ ଯୋଡି ମିଥ୍ୟା ଫଟୋ ଭାଇରାଲ କରିବା ସହିତ ମିଥ୍ୟା ଅଭିଯୋଗ ପ୍ରଦାନ କରିଛନ୍ତି । ଜବକାର୍ଡଧାରୀମାନେ ଏହି ରାସ୍ତା ନିର୍ମାଣ କରି ସେମାନଙ୍କର ପାରିଶ୍ରମିକ ମଧ୍ୟ ପାଇଛନ୍ତି । ସରକାରଙ୍କ ଦ୍ୱାରା ଜବକାର୍ଡଧାରୀଙ୍କୁ ରୋଜଗାର ଦେବା ପାଇଁ ଉନ୍ନୟନମୂଳକ କାର୍ଯ୍ୟ ଚାଲୁଥିବା ବେଳେ ଉକ୍ତ ଯୁବକ କିଛି ନାବାଳକ ଯୁବକଙ୍କୁ ଧରି କାର୍ଯ୍ୟରେ ବାଧାସୃଷ୍ଟି କରୁଛନ୍ତି । ଏଣୁ ଉକ୍ତ ଯୁବକ ଦେଇଥିବା ମିଥ୍ୟା ଅଭିଯୋଗକୁ ତଦନ୍ତ କରାଯାଇ ଜବକାର୍ଡଧାରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଭିଯୋଗରେ ଦର୍ଶାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ