ଉତ୍କଳ ମହିଳା ସମିତି ଜିଲା ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍କଳ ମହିଳା ସମିତିର ୬ଷ୍ଠ ଜିଲା ସମ୍ମିଳନୀ ସ୍ଥାନୀୟ ଉଠା ଜଳସେଚନ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସମିତିର ଉପଦେଷ୍ଟା ମଣ୍ଡଳୀ ସଦସ୍ୟା ବନଲତା ଜେନା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ ସହ ସାମ୍ପ୍ରତିକ ସ୍ଥିତିରେ ମହିଳାମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ପୂର୍ବତନ ରାଜ୍ୟ ସଭାନେତ୍ରୀ ପ୍ରଭାବତୀ ଦାସ, ସିପିଆଇ ଜିଲା ସଂପାଦକ ନିରଞ୍ଜନ ବାରିକ ଓ ସହ-ସମ୍ପାଦକ ଭାଗବତ ପ୍ରତିହାରୀ, ଏଆଇଟିୟୁସି ରାଜ୍ୟ ଉପ-ସଭାପତି ଗୌରାଙ୍ଗ ପାଣିଗ୍ରାହୀ ଓ ଜିଲା ସଂପାଦକ ଶ୍ୟାମସୁନ୍ଦର ଜେନା, ମେଡିକାଲ୍ କ୍ରିୟାନୁଷ୍ଠାନ କମିଟି ସଭାପତି ତଥା ଆଇନଜୀବୀ ନିରଞ୍ଜନ ପରିଡ଼ା ପ୍ରମୁଖ ଏହି ସମ୍ମିଳନୀରେ ଯୋଗଦେଇ ସମସ୍ୟା ସମାଧାନ ଦିଗରେ ଐକ୍ୟବଦ୍ଧ ହୋଇ ଗଣତାନ୍ତ୍ରିକ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ । ଜାଳେଣି ଗ୍ୟାସ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରବୃଦ୍ଧି ଓ ମାଦକ ଦ୍ରବ୍ୟର ବ୍ୟାପକ ପ୍ରସାର ଯୋଗୁଁ ମହିଳାମାନେ ଶୋଷିତା ଓ ନିର୍ଯ୍ୟାତିତ ହେଉଥିବା ନେଇ ଏହି ସମ୍ମିଳନୀରେ ଉଦେବକ ପ୍ରକାଶ ପାଇଥିଲା । ରାଜ୍ୟ ଓ କେନ୍ଦ୍ର ସରକାର ବହୁ ପ୍ରଲୋଭନ ଦେଖାଇ ନିର୍ବାଚନ ବେଳେ ଭୋଟ୍ ନେବା ଓ କ୍ଷମତାକୁ ଯାଇ ସବୁକିଛି ଭୁଲି ଯାଉଛନ୍ତି । ଦେଶପାଇଁ ଗୌରବ ଆଣିଥିବା ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବକ୍ତାମାନେ କହିଥିଲେ । ଏହି ସମ୍ମିଳନୀରେ ବନ୍ଦନା ବିଶ୍ୱାସ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦିକା ଅରୁଣା ବାରିକ ବିବରଣୀ ଉପସ୍ଥାପନ କରିଥିଲେ ।ଏହି ଜିଲା ସମ୍ମିଳନୀରେ ଏକ ୧୭ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ବନ୍ଦନା ବିଶ୍ୱାସ ସଭାପତି, ଅରୁଣା ବାରିକ ସଂପାଦିକା, ବାସନ୍ତୀ ନାୟକ ଉପ-ସଭାପତି, ରାଜଲକ୍ଷ୍ମୀ ଜେନା ସହ-ସମ୍ପାଦିକା ଏବଂ କୋଷାଧ୍ୟକ୍ଷ ଭାବରେ ସସ୍ମିତା ବେହେରାଙ୍କୁ ନିର୍ବାଚିତ କରାଯାଇଛି । ପାରାଦୀପ ଠାରେ ହେବାକୁ ଥିବା ରାଜ୍ୟ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରତିନିଧିମାନଙ୍କୁୁୁୁ ମନୋନୀତ କରାଯାଇଛି । ଶେଷରେ ରଞ୍ଜିତା ମହାନ୍ତି ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ