ଅଷ୍ଟମ ବାର୍ଷିକ ଗଜପତି ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସାମୁହିକ କ୍ରୀଡା ପ୍ରତିଯୋଗିତା ଉଦଯାପନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମ ଠାରେ ଥିବା ଶ୍ରୀଭେଙ୍କେଟେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଅଷ୍ଟମ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ସାମୁହିକ କୀଡା ପ୍ରତିଯୋଗିତା -୨୦୨୨-୨୩ ଆଜି ଉଦଯାପନ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ବି. ତିରୁମାଲା ରାଓ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋଷାଣୀ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ଆଦିକନ୍ଦ ଗମାଙ୍ଗ,ସ୍ଥାନୀୟ ସରପଞ୍ଚ ଶ୍ରୀ ପି. ଆଲୋକ କୁମାର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଟି. କିଶୋର ଓ ଶ୍ରୀ ଶିବାଜି କହଁର ଏବଂ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ଯୋଗ ଦେଇଥିଲେ। ଏଥି ସହିତ ପ୍ରଫୁଲ୍ଲ କୁମାର ମହାନ୍ତି, ଅବସର ପ୍ରାପ୍ତ ଶିକ୍ଷକ, ଗଜପତି ଜିଲ୍ଲା ଓଷ୍ଟା ସମ୍ପାଦକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଆୟୋଜିତ କ୍ରଯ୍ୟକ୍ରମରେ ଜିଲ୍ଲାର ସାତ ଗୋଟି ବ୍ଲକ ଓ ପାରଳାଖେମୁଣ୍ଡି ପୌରପରିଷଦର ମୋଟ ୩୭୫ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ମୋଟ ୮୧ ଜଣ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଦୌଡ଼, ଭଲିବଲ, କବାଡି,ଖୋଖୋ ଓ ଯୋଗାସନର ଉଭୟ ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ ବାଳକ ବାଳିକା ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଶ୍ରେଷ୍ଟ ବିବେଚିତ ପ୍ରତିଯୋଗୀମାନେ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ । ଉକ୍ତ ଜିଲ୍ଲାସ୍ତରୀୟ କ୍ରୀଡାରେ ଖୋ ଖୋ ରେ ଗୋଷାଣୀ ବ୍ଲକର ଉଭୟ ବାଳକ ବାଳିକା ଚମ୍ପିୟାନ ହେବା ବେଳେ କବାଡରେ କାଶୀନଗର ବ୍ଲକ,ଭଲିବଲରେ ଗୋଷାଣୀ ଚମ୍ପିୟାନ ଲାଭ କରିଥିଲେ। ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଶିକ୍ଷଧିକାରୀଙ୍କ କାର୍ଯ୍ୟଳୟ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ କାର୍ଯ୍ୟକ୍ରମକୁ ସହଯୋଗ କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ