ଅସମ୍ଭାଳ ଶୀତରେ ଗଛତଳେ ପରିବାର ଘଟଣା; ସହଯୋଗର ହାତ ବଢାଇଲା ଟିମ୍‍ ହ୍ୟୁମାନିଟି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଦିନକୁ ଦିନ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଶୀତ ଏଭଳି ହେଉଛି ଯେ ଜିଲାର ବିଭିନ୍ନ ସ୍ଥାନରେ ତୁଷାରପାତ ମଧ୍ୟ ହେଉଛି। ଅନେକ ପର୍ଯ୍ୟଟକ ଶୀତକୁ ଉପଭୋଗ କରିବା ପାଇଁ ଆସୁଥିବା ବେଳେ ଅନେକ ଶୀତକୁ ସହି ନ ପାରି ଫେରିବାକୁ ବାଧ୍ୟ ହେଉଛନ୍ତି। ଶୀତ ସହିତ ଘନ କୁହୁଡ଼ି ମଧ୍ୟ ଚିନ୍ତାରେ ପକାଇଛି ଜିଲାବାସୀଙ୍କୁ। ଏଭଳି ହାଡ଼ଥରା ଶୀତରେ କିଛି ପରିବାର ପାଇଁ ଖୋଲା ଆକାଶ ଗଛତଳ ପାଲଟିଛି ସାହାରା। ପେଟକୁ ଦାନା ଯୋଗାଡ଼ିବା ପାଇଁ ବାଲିଗୁଡ଼ା ମିନି ଷ୍ଟାଡ଼ିୟମ୍‍ ଠାରେ କିଛି ଯଯାବର ପରିବାର ଗତ କିଛିଦିନ ହେଲା ନାନା ସମସ୍ୟା ମଧ୍ୟରେ ଜୀବନ ବିତାଉଥିବା ବେଳେ ଏନେଇ ଖବର ପ୍ରକାଶ ପରେ ଆଜି ସେମାନଙ୍କ ପାଖରେ ପହଞ୍ଚିଥିଲା କନ୍ଧମାଳ ଜିଲାର ଜଣାଶୁଣା ସ୍ୱେଚ୍ଛାସେବୀ ସଂଗଠନ ଟିମ୍‍ ହ୍ୟୁମାନିଟି କନ୍ଧମାଳ। ଟିମ୍‍ର ଆବାହକ ଭି.ଲୋକନାଥ ରାଜୁଙ୍କ ନେତୃତ୍ୱରେ ବହୁ ସଦସ୍ୟ ଏଥିରେ ସାମିଲ୍‍ ହୋଇ ସେମାନଙ୍କ ପାଖରେ ପହଞ୍ଚିବା ସହିତ ବାଲିଗୁଡ଼ା ଏସ୍‍ଡ଼ିପିଓ ମାନସ ରଂଜନ ବାରିକଙ୍କ ଦ୍ୱାରା ଏହି ଅସହାୟ ପରିବାରକୁ ପ୍ରଦାନ କରିଛନ୍ତି ସୁଖିଲା ଖାଦ୍ୟ, କମଳ, କିଛି ପିନ୍ଧାବସ୍ତ୍ର, ଶୀତବସ୍ତ୍ର ସହିତ ଅନ୍ୟାନ୍ୟ ସାମଗ୍ରୀ। ସଂଗଠନର ଏଭଳି କାର୍ଯ୍ୟକୁ ସଂପୃକ୍ତ ଅଞ୍ଚଳରେ ବେସ୍‍ ପ୍ରଶଂସା କରାଯାଇଛି। ପ୍ରକାଶଯେ, ଗତ ତିନିମାସ ପୂର୍ବେ ନିଜ ପଟେକୁ ଦାନା ମୁଠାଏ ପାଇଁ ବିହାର ରାଜ୍ୟର ରାଞ୍ଚି, ଲହାରଦାଗା ଗ୍ରାମର ବୃଦ୍ଧ ମହିଳା ମୀନା ଗେରଣ ତିନି ବହୁ, ତିନି ପୁଅ ଓ ପାଞ୍ଚ ଶିଶୁଙ୍କୁ ନେଇ ରୋଜଗାର ଆଶାରେ ଆସି ପହଞ୍ଚିଥିଲେ ମଧ୍ୟ ବ୍ୟବସାୟ ସଂପୂର୍ଣ୍ଣଭାବେ ମାନ୍ଦାଥିବା ବେଳେ ସେମାନେ ଆଶ୍ରୟ ପାଇଁ ମଧ୍ୟ କିଛି ସାହାର ନାହିଁ। ଫଳରେ ଖୋଲା ଆକାଶ ତଳେ ସେମାନେ ଯାଯାବର ଭାବେ ଜୀବନ ବିତାଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ