ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଲା ଜୟଦୁର୍ଗା ଫାଉଣ୍ଡେସନ

ହାଟଡିହି, (ଯୁଗାବ୍ଦ ନ୍ୟୁଜ) : ସାମାଜିକ ଗଣମାଧ୍ୟମରେ ବାହାରିପୁର ଅସହାୟ ୫ଛୁଆଙ୍କ ବାବଦରେ ଖବର ପ୍ରକାଶ ପାଇବାପରେ ସ୍ୱେଚ୍ଛାସେବୀ ସଂଗଠନ ଅସହାୟଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢ଼ାଇଛି । ମା’ଛାଡି ଚାଲିଗଲା ଆରପାରିକୁ । ବାପ ହରିନାଥ ଯେନା ପରିବାର ଚଳାଇବା ପାଇଁ ଦାଦନ ଖଟିବାକୁ ୮ମାସ ହେଲା ଯାଇଛନ୍ତି ଯେ ତାଙ୍କର କୌଣସି ଖୋଜଖବର ନାହିଁ । ଏପରିସ୍ଥିତିରେ ବିଚରା ୫ଜଣ ଛୁଆ ଦୁଖଃକଷ୍ଟରେ ଚଳୁଥିବା ବିଷୟରେ ଜାଣିବାପରେ ଜୟଦୁର୍ଗା ଫାଉଣ୍ଡେସନର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା, ଟ୍ରଷ୍ଟି ଉମାକାନ୍ତ ରାଉତ, ସଦସ୍ୟା ଶ୍ରୀଲେଖା ଜେନା, ଅର୍ଜୁନ ଚରଣ ଖଣ୍ଡା ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଛୋଟ ଛୋଟ ଛୁଆ ମାନଙ୍କ ସହିତ ସେମାନଙ୍କ ଦୁଃଖକଷ୍ଟ ସମ୍ପର୍କରେ ଆଲୋଚନା କରିବା ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ ଯଥା ଚାଉଳ, ଡାଲି, ଆଳୁ, ପିଆଜ, ତେଲ, ବିସ୍କୁଟ, ଆଦି ପ୍ରଦାନ କରିଥିଲେ । ଛୋଟ ଛୋଟ ଛୁଆ ମାନଙ୍କୁ କିପରି କର୍ମ ସଂସ୍ଥାନ ଯୋଗଇ ଦିଆଯିବ ଓ ପୁଅଟିକୁ କିପରି ଥଇଥାନ କରାଯିବ ସେ ନେଇ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ସାହି ଲୋକଙ୍କ ସହିତ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ