ଅସୁସ୍ଥ ନିତ୍ୟାନନ୍ଦଙ୍କୁ ସହାୟତା ଦେଲେ ବିଧାୟକ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ପୁର୍ବତନ ସରପଞ୍ଚ ତଥା ବଉଳା କଲେଜ ସୋସୋର ପ୍ରତିଷ୍ଠାତା ନିତ୍ୟାନନ୍ଦ ସିଂ (ନାଣ୍ଡୁ) ଗୁରୁତର ଅସୁସ୍ଥ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବରପାଇ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆଜି କଟକ ବଡ ଡାକ୍ତରଖାନାକୁ ଯାଇ ତାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରିବୁଝିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଜାଣିବାପରେ ବିଧାୟକ ଶ୍ରୀ ସେଠୀ ତାଙ୍କ ଚିକିତ୍ସା ପାଇଁ ଏକଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ନିତ୍ୟାନନ୍ଦ ସିଂ ଗତ କିଛିଦିନ ତଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ଆଗରପଡା ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯିବାପରେ ଗତ ୭/୩/୨୦୨୧ରେ ସେଠାରୁ ତାଙ୍କୁ ସତ୍ୟସାଇ ହସପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁ ରେ ରଖାଯାଇ ଚିକିତ୍ସା କରାଯାଉଥିବାବେଳେ ଦୈନିକ ୨୫ହଜାରରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେଉଥିଲା । ମାତ୍ର ଏତେଟଙ୍କା ଖର୍ଚ୍ଚ କରି ତାଙ୍କୁ ଚିକିତ୍ସା ଯୋଗାଇଦେବା ତାଙ୍କ ପରିବାର ପକ୍ଷରେ ଅସମ୍ଭବ ହୋଇପଡିଥିଲା । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଏବଂ ଟୁଇଟ ଯୋଗେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରାଯିବା ସହିତ ଗତକାଲି ତାଙ୍କୁ ସତ୍ୟସାଇ ହସପିଟାଲରୁ କଟକ ବଡଡାକ୍ତରଖାନା ସ୍ଥାନାନ୍ତର କରାଯାଇ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ