ବର୍ଯ୍ୟବସ୍ତୁ ପରିଚାଳନା ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ବର୍ଯ୍ୟବସ୍ତୁ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ୱଚ୍ଛଭାରତ ଯୋଜନା ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିବା ବୈଠକରେ ବ୍ଲକ ସଂଯୋଜକ ଉଦୟନାଥ ବେଜ ଅଧ୍ୟକ୍ଷତା କରିଥିଲେ । ଏଥିରେ ବିଡିଓ ବିଜୟ କୁମାର ସାହୁ, ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥଶଙ୍କର ଦାସ, ଗୌତମ ପଟ୍ଟନାୟକ, ରୀତାରାଣୀ ନାୟକ, କାହ୍ନୁଚରଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବର୍ଯ୍ୟବସ୍ତୁ ପରିଚାଳନା ସମ୍ପର୍କରେ ମତଦେଇଥିଲେ । ବ୍ଲକ ଅଧିନ ୨୩ଗୋଟି ପଞ୍ଚାୟତର ସମସ୍ତ ସ୍ୱେଚ୍ଛାଗ୍ରାହୀ ସମେତ କନିଷ୍ଠ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏସଏଚଜି ସଦସ୍ୟା ମାନେ ଏଥିରେ ଉପସ୍ଥିତ ଥିଲେ ।


