ଅ ଏ ଏଲ ଇଣ୍ଡିଆ ପକ୍ଷରୁ ପୋଖରୀ ଖନନ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ କୁଶୁପୁର ମୌଜା ରେ ସାଟେଲାଇଟ ଚିତ୍ର ଜରିଆରେ ପ୍ରାପ୍ତ ତଥ୍ୟ ଅନୁସାରେ ପ୍ରାକୃତିକ ଗ୍ୟାସ ଓ ତୈଳ ର ସନ୍ଧାନ ମିଳିବାପରେ ଅ ଏ ଏଲ ଇଣ୍ଡିଆ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।ଗତ ଅଗଷ୍ଟ ମାସ ୧ ତାରିଖ ରେ ୩୭ ଜଣ ସ୍ଥାନୀୟ ଅଞ୍ଚଳ ର ଚାଷୀଙ୍କ ଠାରୁ ୮ ଏକର ଜମିକୁ ପ୍ରାୟ ୧ କୋଟି ଟଙ୍କା ଦିଆଯାଇ ୩ବର୍ଷ ପାଇଁ ଲିଜ ନିଆ ଯାଇଛି। କମ୍ପାନୀ ସର୍ତ୍ତ ରଖିଛି ଯେ, ଯଦି ଏହି ଅଞ୍ଚଳ ରୁ ସେହି ପରିମାଣ ରେ ପ୍ରାକୃତିକ ତୈଳ ଓ ଗ୍ୟାସ ମିଳେ ତେବେ ଚାଷୀ ଙ୍କ ଠାରୁ ଉକ୍ତ ଜମି ସବୁକୁ ଅଧିଗ୍ରହଣ କରାଯିବ ଓ କମ୍ପାନୀ ର ନିୟମ ଅନୁସାରେ ଚାଷୀ ଙ୍କୁ ସେମାନଙ୍କ ଜମି ର ଉଚିତ ପ୍ରାପ୍ୟ ପ୍ରଦାନ କରାଯିବ। ଜମି ସବୁକୁ ତିନି ବର୍ଷ ପାଇଁ ଲିଜ ସୂତ୍ରରେ ନିଆଯିବାପରେ ସେଠାରେ ରବିବାର ଦିନ ପ୍ରାଥମିକ ପର୍ଯ୍ୟାୟ ରେ ଦୁଇଟି ପୋଖରୀ ଖୋଳା କାଯ୍ୟ ଆରମ୍ଭ ହୋଇଛି ।ପୋଖରୀ ଖନନ ପରେ ମେସିନାରୀ ସାହାଯ୍ୟରେ ଭୂତଳ ଡ୍ରିଲିଙ୍କ କାଯ୍ୟ ଆରମ୍ଭ ହେବ । ଯଦି ଖନନ କାଯ୍ୟରେ ଯଥେଷ୍ଟ ପରିମାଣର ଭୂତଳ ଇନ୍ଧନ ର ସଂଧାନ ମିଳେ ତେବେ ଏଠାରେ ସ୍ଥାୟୀ ଭାବେ ଖନନ କାର୍ଯ୍ୟ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।


