ଆଇଆରଇ ପକ୍ଷରୁ ହିନ୍ଦୀ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା): ଆଇ.ଆର.ଇ.ଲିଃ., ଓସକମରେ ଆଇ.ଆର.ଇ. ତରଫରୁ ହିନ୍ଦୀ ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଛି । ଆଇ.ଆର.ଇ.ର ଉପ ମହାପ୍ରବନ୍ଧକ ଦେବରାଜ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଉପ ମହାପ୍ରବନ୍ଧକ (ସମ୍ବଳ ଏବଂ ଜନ ସମ୍ପର୍କ ଏବଂ କର୍ମଚାରୀ ସମ୍ପର୍କ) ଗତି କୃଷ୍ଣ ନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ଓ ପ୍ରବନ୍ଧକ (ଉପକରଣ) ଚନ୍ଦ୍ର ଭୂଷଣ ସିଂହ ସ୍ଵାଗତ ଭାଷଣ ଦେଇଥିଲେ । ଶ୍ରୀ ବେହେରା ଆଇ.ଆର.ଇ. ପକ୍ଷରୁ ହିନ୍ଦୀ ଭାଷାର ପ୍ରସାରଣ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ଭୂୟସୀ ପ୍ରସଂଶା କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସନ୍ଦେଶକୁ ଉପ ମହାପ୍ରବନ୍ଧକ (ମାନବ ସମ୍ବଳ ଏବଂ ପ୍ରଶଶନ) ପି.କେ.ଦାସ, ଉପ ମହାପ୍ରବନ୍ଧକ (ପରିଯୋଜନା) ପରମାଣୁ ଊର୍ଜା ବିଭାଗର ଅଧକ୍ଷଙ୍କ ସନ୍ଦେଶ ଏବଂ ଆଇ.ଆର.ଇ.ଲିଃ.ର ସିଏମଡିଙ୍କ ସନ୍ଦେଶ ଉପ ମହାପ୍ରବନ୍ଧକ (ପରିଚାଳନା) କେ.ବି.ରାମକୃଷ୍ଣ ପାଠ କରିଥିଲେ । ମୁଖ୍ୟ ପ୍ରବନ୍ଧକ (ବିଧିକ ଏବଂ କର୍ମଚାରୀ ସମ୍ପର୍କ) କୃଷ୍ଣ ଚନ୍ଦ୍ର ସାହୁ ଅନଲାଇନରେ ଉପସ୍ଥିତ ସମସ୍ତଙ୍କୁ ରାଜଭଷା ପ୍ରତିଜ୍ଞା କରାଇଥିଲେ । ଅନଲାଇନ ମାଧ୍ୟମରେ ମୁଖ୍ୟ ମହାପ୍ରବନ୍ଧକ ଏବଂ ପ୍ରଧାନ, ଅସକମ ଓ ମହିଳା କଲ୍ୟାଣ କେନ୍ଦ୍ରର ପୃଷ୍ଠପୋଷକ ଜେ.ରାମଲକ୍ଷ୍ମୀଙ୍କ ଦ୍ଵାରା ଉକ୍ତ ଉତ୍ସବରେ ବିଭିନ୍ନ ପ୍ରତିଯୋଗୀତରେ କୃତୀ କର୍ମଚାରୀ, ଛାତ୍ର-ଛାତ୍ରୀ ଏବଂ ଗୃହିଣୀମାନଙ୍କୁ ପୁରସ୍କୃତ କରିଥିଲେ । ଉକ୍ତ ହିନ୍ଦୀ ଦିବସର ସଂସ୍କୃତିକ କାର୍ଯ୍ୟକ୍ରମରେ ମହିଳା କଲ୍ୟାଣର ସଦସ୍ୟା, ଏବଂ କର୍ମଚାରୀ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରଞ୍ଜିତ କୁମାର ପଣ୍ଡା, ସ୍ଵେତା ସିହ୍ନା, ନିରଞ୍ଜନ ବେହେରା, ଶିବ ଶଙ୍କର ଗୌଡ, ଚିତ୍ତ ରଞ୍ଜନ ପାଲ, କିରଣ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ । ଶେଷରେ ସୁଜିତ କୁମାର ମିଶ୍ର, ପ୍ରବନ୍ଧକ (ସ୍ଥାପନା-୧)ଉପସ୍ଥିତ ସମସ୍ତ ଅତିଥି ତଥା ସମସ୍ତ ଉପସ୍ଥିତ ଦର୍ଶକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ